p purohi

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ବିଶ୍ଵ ଏଡ଼ସ ଦିବସ ପାଳିତ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ତରଫରୁ “ବିଶ୍ୱ ଏଡ଼ସ ଦିବସ ” ଅଧ୍ୟାପକ ଦିଲୀପ କୁମାର ପଶାୟତଙ୍କ ଅଧ୍ୟକ୍ଷତାରେ ଓ ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ଘନଶ୍ୟାମ ଖମାରୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ଅତିଥି ରୂପେ ମୁରିବାହାଲ ସିଏଚସିର ସ୍ଥାନୀୟ ଡା. ରାଜେଶ କୁମାର ଅଗ୍ରୱାଲ, ଡା. ସନ୍ଦୀପ ଚକ୍ରା, ଡା. ରଶ୍ମିରେଖା ଟାଳି, ଡା. ସିପ୍ରା ରାଣୀ ସାହୁ, ଅଧ୍ୟାପକ ଗୁଣସାଗର ମେହେର ।, ଡା. ଅଗ୍ରୱାଲ ଆଜିର ଦିବସର ଅନେକ ସଚେତନ ବାର୍ତ୍ତା ପଦାନ କରି ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟର ବିକାଶରେ ଦେଶର ବିକାଶ କଥା କହି ଏପରି ଅନେକ ସଚେତନତା ବାର୍ତ୍ତାମାନ ପ୍ରଦାନ କରାଯାଇଥିଲା । ଏଥିରେ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, ଫାଲଗୁନି ଦାସ, ପର୍ଶୁରାମ ବାଗ, ବାସୁଦେବ ଦଳାଇ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପରିଶେଷରେ ଅଧ୍ୟାପକ ଭ୍ରିଙ୍ଗରାଜ ରଣା ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.