ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗର ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଉପଲକ୍ଷେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବ୍ଲକରୁ ଚୟନ ହୋଇ ଆସିଥିବା ୭୯ ଜଣ ପ୍ରତିଯୋଗୀ ମଧ୍ୟରେ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ ପ୍ରତିଯୋଗିତାରେ ଓଏଭି, ଭାଲୁବସା, କପ୍ତିପଦାର ବିଦୁସ୍ମିତା ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ, ଠାକୁରମୁଣ୍ଡାର ଚନ୍ଦନ ମହାନ୍ତ, ରଘୁନାଥ ଉଚ୍ଚ ବିଦ୍ୟାଳୟ, ରାଇକମାର ଆୟୁଷ ମହାନ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି । ଏହି ପ୍ରତିଯୋଗିତାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଚାରକ ଭାବେ ଶିକ୍ଷକ ନୟନ ଗିରି, ଶିକ୍ଷୟିତ୍ରୀ ସୁଲୋଚନା ମଙ୍ଗରାଜ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର କଲିଆ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ନଗଦ ରାଶି ଯଥାକ୍ରମେ ଟଙ୍କା ୨୦୦୦, ୧୫୦୦, ୧୦୦୦ ପୁରସ୍କାର ରାଶି ପ୍ରଥମ, ଦ୍ଵିତୀୟ, ତୃତୀୟଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଥମ ହୋଇଥିବା ଛାତ୍ରୀ ବିଦୁସ୍ମିତା ସାହୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମନୋଜ ପରିଡା, ଆୟୋଜକ ବିଦ୍ୟାଳୟ ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଶ୍ୱେଶ୍ୱର ଦ୍ୱିବେଦୀ, ଅବସରପ୍ରାପ୍ତ ଶିକ୍ଷକ ଡ଼. ଶଶିଧର ବିଶ୍ୱାଳ, ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post