୧୧୯ ତମ ମାସିକିଆ ମାଗଣା ହାଟ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୧୯ ତମ ମାସିକିଆ ମାଗଣା ହାଟ ଦେଓଗାଁ ସ୍ଥିତ କୁଷ୍ଠ ବସ୍ତି ଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରୁ ନିରନ୍ତର ଭାବେ ଅନୁଷ୍ଠାନ ତରଫରୁ ଅସହାୟ, ଗରିବ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ମାନବିକ ସେବା ପ୍ରଦାନ କରିଆସୁଛି । ମାନବ ସେବା ହିଁ ମାଧବ ସେବା ଓ ପ୍ରତ୍ୟେକ ମଣିଷ ମୁହଁରେ ହସ ଫୁଟାଇବା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟାରୁ ଆରମ୍ଭ କରାଯାଇଥିଲା । ଏଥିରେ ନୂଆ ଓ ପୁରୁଣା ବସ୍ତ୍ର, ଘରୋଇ ସାମଗ୍ରୀ, ଛତା, ବର୍ଷାକୋଟ୍, ବ୍ଲାଙ୍କେଟ୍ ସହ ଅନ୍ୟାନ୍ୟ ପ୍ରୟୋଜନୀୟ ଜିନିଷକୁ ସେଠାକାର ବସ୍ତି ବାସିନ୍ଦା ମାନେ ନିଜ ଭିତରେ ବାଣ୍ଟି ନେଇଥିଲେ । ଅନୁଷ୍ଠାନ ତରଫରୁ ଅର୍ଚ୍ଚନା ଦେବତା, ରଶ୍ମିତା ପଣ୍ଡା, ଡ଼ଃ. ରାଜେନ୍ଦ୍ର ପ୍ରସାଦ ପଣ୍ଡା, ରଞ୍ଜନ ସାହୁ, ଶିନ୍ ଆନନ୍ଦ, ପୁନମ୍ ସିଂହ, ପୂଜା ସିଂହ, ଦିବ୍ୟା ସିଂହ, ବିନାୟକ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.