jsm

ପାଣ୍ଡରା ସମାଜର ମହାସଭା ପାଇଁ ପ୍ରସ୍ତୁତି ବୈଠକ

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ତହଁସିର ଶିବ ମନ୍ଦିର ପରିସରରେ କଳାହାଣ୍ଡି-ବଲାଙ୍ଗିର ଜିଲ୍ଲାର ପଣ୍ଡରା ମାଳି ସମାଜ ପକ୍ଷରୁ ସମାଜର ମହାସଭା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ସୁରେନ୍ଦ୍ର ମହଲାଙ୍କ ଆବାହାନରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପୂର୍ବରୁ ପୂର୍ବତନ ପରିଚାଳକ ସ୍ୱର୍ଗତ ପ୍ରାଣନାଥ ମହଲାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବୈଠକ ଆରମ୍ଭ କରାଯାଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ଆଗାମୀ ଡ଼ିସେମ୍ବର ମାସ ୨୧ ତାରିଖ ଦିନ ତହିଁସିରର ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ କରାଯାଇଛି । ମହାସଭା ପାଇଁ ବୈଠକରେ ସଦସ୍ୟ ମାନଙ୍କୁ ନେଇ ପରିଚାଳନା କମିଟି, ଉପଦେଷ୍ଟା କମିଟି ଓ ଆର୍ଥିକ କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ପଣ୍ଡରା ସମାଜର ପୂର୍ବତନ ସଭାପତି, ଉପସଭାପତିଙ୍କ ସମେତ ପ୍ରତ୍ୟେକ ଗାଆଁରୁ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରୀୟ ସଭାପତି ରୋହିତ ଭୋଇ, ଆଞ୍ଚଳିକ କମିଟି ସଭାପତି ନରହରି ବିଶି, ପୂର୍ବତନ ସାଧାରଣ ସମ୍ପାଦକ ବଂଶୀପାଣି ସାହା ଓ ଉତ୍ତର ମହଲା, ପୂର୍ବତନ ଉପ ସଭାପତି ଶଶାଙ୍କ ମହଲା, ପର୍ଶୁରାମ ସାହା, ବିଶ୍ୱମ୍ବର ମହଲା ଓ କେଶବ ମହଲା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବଂଶୀପାଣି ସାହା ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.