ବିନିକା ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍‌ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ

ବିନିକା, (କେପିଏନ୍‌ଏସ୍‌) : ବିନିକା ବ୍ଲକର ବ୍ରଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଶଙ୍କରାରେ ଆଜି ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍‌ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଦିନିକିଆ ଦିଗଦର୍ଶନ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର କାଲସେ ଏବଂ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସଂସ୍କୃତ ଶିକ୍ଷକ ସୁଶୀଲ ବିଶି ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାଶିଷ ମହାରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ସଂଯୋଜକ ପବିତ୍ର ବାରିକ ସ୍ଵାଗତ ଭାଷଣ ଦେଇଥିଲେ । ରିସୋର୍ସ ପର୍ସନ ହୃଷିକେଷ ଡାଙ୍ଗ ସଭା ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭକ୍ତରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ରେଡକ୍ରସର ଇତିହାସ, ବିପର୍ଯ୍ୟୟ ପରିଚାଳନା, ରକ୍ଷକ, ବିଦ୍ୟାଳୟ କାର୍ଯ୍ୟକଳାପ ଓ ପ୍ରାଥମିକ ଚିକିତ୍ସା ଉପରେ ସାଧନ କର୍ମୀ ହୃଷିକେଶ ଡାଙ୍ଗ, ନିମାଇଁ ଚରଣ ମଲ୍ଲିକ, ଶେଷଦେବ ଛତ୍ର, ତପସ୍ଵିନୀ ଦାସ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକର ୩୩ ଗୋଟି ବିଦ୍ୟାଳୟର କାଉନ୍‌ସେଲର ଭାଗ ନେଇଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ରେଡକ୍ରସ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.