jsm

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୋକସଭା

csstore

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟାଳୟଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମାଟିର ଏକ ଉଜ୍ଜ୍ୱଳ ତାରକା ହେଉଛନ୍ତି ହ୍ୟୁମାନ । ତାଙ୍କ ମୃତ୍ୟୁ ପରେ ଆମେ ବହୁ ଦୁଃଖିତ ଓ ମର୍ମାହତ ହୋଇପଡିଛୁ । ଆଜି ଆମ ଅଞ୍ଚଳ ଅନେକ ପ୍ରତିଭାର ଏକ ତାରକାକୁ ହରାଇଛି । ତାଙ୍କ ଏହି ଶୂନ୍ୟସ୍ଥାନ କେହି ମଧ୍ୟ ପୂରଣ କରିପାରିବେ ନାହିଁ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଗଣମାଧ୍ୟମ ଜରିଆରେ କମିଟି ସରକାରଙ୍କ ପାଖରେ ଦାବୀ କରିଛି । ଏହି ଶୋଭାଯାତ୍ରାରେ ସମ୍ପାଦକ ବେଦବ୍ୟାସ ନାଗ, ସନ୍ତୋଷ ଅଗ୍ରୱାଲ, ଦିନେଶ ମହାନନ୍ଦ, ତୁଳସୀ ରାମ ଜଗତ, ପୁଷ୍ପ ବେହେରା, ନିଶିକାନ୍ତ ମହାପାତ୍ର, ରୋହନ କୁମାର ମହତ, ରାଜୁ ବାରିକ, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ଅଗ୍ରୱାଲ, କିଶୋର ମାଝି, ପ୍ରକାଶ ପ୍ରଧାନ, ରାଜୁ ଶର୍ମା, ପ୍ରେମାନନ୍ଦ ପୁଟେଲ, କୈଳାସ ଦୀପ, ବିମଳ ହାତୀ, ବସନ୍ତ ଭିତିରିଆଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.