jsm

ହଳଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରକୃତି ପରିବେଶ ସୁରକ୍ଷା ନେଇ କର୍ମଶାଳା ଅନୁଷ୍ଠିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମରେ ଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ୟୁଥ ଫର ନେଚର ଏବଂ ଏନଭାରମେଣ୍ଟାଲ ପ୍ରୋଟେକ୍ସନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ ଫର ଇକଲୋଜିକାଲ ସିକ୍ୟୁରିଟି ଏଫଇଏସ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଅନିଲ କୁମାର ପାଣ୍ଡେ ମୁଖ୍ୟ ଅତିଥି, ଶିକ୍ଷା ବିଭାଗ ଅଧ୍ୟାପକ ରାଧେଶ୍ୟାମ ବାଗ, ଇଂରାଜୀ ବିଭାଗ ଅଧ୍ୟାପକ ସରପଞ୍ଚ ପଧାନ, ବ୍ଲକ କୃଷି ଅଧିକାରୀ ଗୁଲସନ କୁମାର ମହନ୍ତ, ଯୁବପିଢ଼ି ସଂଘ, ଗମ୍ଭାରୀଖୋଲା ମନିଟର ଏବଂ ଏଫ୍‌ଇଏସ୍‌ ମାଷ୍ଟର ଟ୍ରେନର ଭାରତୀ ଗହୀର ସଭା ପରିଚାଳନା କରିଥିଲେ । ଏହି ଅବସରରେ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ି ଆଗେଇ ଆସିବାକୁ ଅତିଥିଗଣ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ହ୍ୱାଟସଆପ ଗ୍ରୁପ୍ ଖୋଲାଯାଇଥିଲା । କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଚି଼ନେଶ୍ୱର ପୁଟେଲ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.