jsm

ବଙ୍ଗୋମୁଣ୍ଡା ଥାନାର ଏସଊଆଇଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଏସ୍‌ଆଇ ବୁଦ୍ଧଦେବ ବିଶ୍ୱାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଂଜୀବ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏସ୍‌ଡ଼ିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, କଣ୍ଟାବାଞ୍ଜି ଥାନାଅଧିକାରୀ ଗୋପାଳ କର୍ଣ୍ଣ, ତୁରେକେଲା ଥାନାଅଧିକାରୀ ରାକେଶ ବେହେରା, ସ୍ପେସିଆଲ ସ୍କ୍ୱାର୍ଡ ଅଧିକାରୀ ପଞ୍ଚାନନ ନେଗୀ, ଅବସରପ୍ରାପ୍ତ ଏସ୍‌ଆଇ ବୁଦ୍ଧଦେବ ବିଶ୍ୱାଳ ମଞ୍ଚାସୀନ ଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରକାଳୀନ ବିଦାୟ ଅବସରରେ ବୃତ୍ତିଗତ ଜୀବନରେ ବିତିଯାଇଥିବା ଅଭୁଲା ମୁହୁର୍ତ୍ତକୁ ଅତିଥିଗଣ ସ୍ମୃତିଚାରଣ କରିଥିଲେ । ଥାନା ପକ୍ଷରୁ ମାନପତ୍ର, ପୁଷ୍ପମାଲ୍ୟ, ଉପଢୌକନ ପ୍ରଦାନ ପୂର୍ବକ ବୁଦ୍ଧଦେବ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡ. ନାରାୟଣ ମିଶ୍ର ସଭା ସଂଯୋଜନା କରିଥିଲେ । ଏସ୍‌ଆଇ ବିନୋଦ କନ୍ଧେର, ଏଏସ୍‌ଆଇ କନକଲତା ମାଝୀ, ଯୁଗଧର ବାଗ, କନେଷ୍ଟବଳ ମଞ୍ଜୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.