jsm

ଜୁରାବନ୍ଧରେ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗ୍ରାମରେ ମାଇ ଭାରତ ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଜୁରାବନ୍ଧ ଆନୁକୂଲ୍ୟରେ ଚାଲିଥିବା ବ୍ଲକ ସ୍ତରୀୟ ୩ ଦିନିଆ ଖେଳକୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାବେ ସିନ୍ଧେକେଲା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, ବିଜେପି ନେତା କ୍ଷୀରସିନ୍ଧୁ ବଚ୍ଛା, ସମିତି ସଭ୍ୟଙ୍କ ପ୍ରତିନିଧି ବୈଶାଖୁ ମିର୍ଦ୍ଧା, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବାଲାନନ୍ଦ ହଂସ, ଯଶୋବନ୍ତ ପୋଡ଼, ସାମ୍ବାଦିକ ରାଧେଶ୍ୟାମ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳ ପ୍ରତିଯୋଗିତାରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ବଡ଼ଗମଡା ଓ ଜୁରାବନ୍ଧ ଦଳ ମଧ୍ୟରେ ଖେଳ ହୋଇଥିଲା । ବଡ଼ଗମଡା ଦଳକୁ ପରାସ୍ତ କରି ଜୁରାବନ୍ଧ ଦଳ ଚାମ୍ପିଆନ ହୋଇଛି । ରେଫରି ବୁଲୁ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବେ ଡିସେମ୍ବର ଭୋଇ ଓ ଚୁଡା ସଗରିଆ ସହଯୋଗ କରିଥିଲେ । ଏଥିରେ ଫୁଟବଲ, ଭଲିବଲ, ଟେନିସ , ୧୦୦ ମି. ଦୌଡ଼, ୨୦୦ ମି. ଦୌଡ଼, ସ୍ଲୋ ସାଇକଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ହୋଇଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଂଘର ସଭାପତି ଲିଙ୍ଗରାଜ ପୋଡ଼, ସଂପାଦକ ତୁଲାଚନ୍ଦ୍ର ପୋଡ଼, କୋଷାଧ୍ୟକ୍ଷ ରଞ୍ଜନ ଭାଟିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.