ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ଓ ସାହିତ୍ୟକୃତି ଉପରେ ଆଲୋଚନା କରାଯାଇଥିଲା । ପାଠାଗାରର ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱ ଓ ପାଠାଗାରର ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ତଥା କବି ବିଜୟ ରାୟ, ସ୍ୱତନ୍ତ୍ର ଅତିଥି ଭାବେ ଗୋପବନ୍ଧୁ ପାଠାଗାରର ସଭାପତି ଇଂ ନବଘନ ସାହୁ ଓ ବିଷୟ ବିଶେଷଜ୍ଞ ଭାବେ ଗାଳ୍ପିକ କାଶୀନାଥ ନନ୍ଦୀ ଯୋଗଦେଇଥିଲେ । ପାଠାଗାରର କାର୍ଯ୍ୟକାରୀ ସଭାପତି ଡ. ସନାତନ ପ୍ରଧାନ ଅତିଥି ମାନଙ୍କ ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ସଭାପତିତ୍ୱ ଅଭିଭାଷଣରେ ସଭାପତି ଶ୍ରୀ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପାଠାଗାରର ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଷୟ ବିଶେଷଜ୍ଞ ଶ୍ରୀ ନନ୍ଦୀ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, କବିଙ୍କ ବୈପ୍ଳବିକ ଜୀବନର କଥା ସାହିତ୍ୟରେ ପ୍ରତିବିମ୍ବିତ ହୋଇଛି । ବୀରକିଶୋରଙ୍କୁ କାହିଁକି ବିପ୍ଳବୀ କବି କୁହାଯାଏ ତଥା ତାଙ୍କ ଜୀବନାଦର୍ଶ ଓ ସେ କିପରି ଅହିଂସା ଧର୍ମର ଉପାସକ, ସର୍ବୋପରି ତାଙ୍କ ରଚିତ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପ୍ରଧ୍ୟାପକ ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ମଞ୍ଚ ଏକ ମାୟା, ମରିଚିକା ଓ ମୋହ । ସମ୍ପ୍ରତି ସାଧନା କକ୍ଷ ସଭାକକ୍ଷରେ ପରିଣତ ହୋଇଛି । ଏହାସହ ଅନୁଷ୍ଠାନର ସାହିତ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମତ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଇଂ ସାହୁ ମାନବ ସମ୍ବଳ, ଐକ୍ୟବଦ୍ଧତା ଓ ମିଳିତ ପ୍ରୟାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଚାରିବନ୍ଧୁ ଶୀର୍ଷକ ଗଳ୍ପପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଗୀତାରାଣୀ ବେହେରା ଓ ଗୌତମ ଦାସଙ୍କ ସଂଯୋଜନାରେ ଜ୍ୟୋସ୍ନା ସାମଲ, ପ୍ରତାପ କୁମାର ପଣ୍ଡା, ଉର୍ବଶୀ ଦାଶପତି, ସଂଜୀବ କୁମାର ଭୋଇ, ବିଜୟ ରାୟ, ପରେଶ ବିଶ୍ୱାଳ, ତ୍ରିନାଥ ସିଂହ, ଭୀମସେନ ସାହୁ ଓ ସଂଯୋଜକ ଦ୍ୱୟ କବିତା ପାଠ କରିଥିଲେ । ଶେଷରେ ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଙ୍କର ଗୋସ୍ୱାମୀ, ଅକ୍ଷୟ ସାମଲ, ଟୁକୁଲା ପାଢ଼ୀ, ପ୍ରଦୀପ ପଟ୍ଟନାୟକ, ହରିହର ଶତପଥୀ, ଲକ୍ଷ୍ମଣ ନାଥ ଦାସ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ରାଧାମୋହନ ନାୟକ, ବିଜୟ କୁମାର ବରାଳ, ଜଗବନ୍ଧୁ ଜେନା, ଅରବିନ୍ଦ ପାତ୍ର, ପୁରୁଷୋତ୍ତମ ବେହେରା, ଦେବରାଜ ଗୌଡ଼, ଜ୍ଞାନେନ୍ଦ୍ର ରାୟ, ରମାକାନ୍ତ ଷଡ଼ଙ୍ଗୀ, ରମେଶ ସିଂହ, ରବିନାରାୟଣ ସିଂହ, ହରିହର ନାୟକ, ଗଗନ ବିହାରୀ ଜେନା, ତ୍ରିଲୋଚନ ମିଶ୍ର, ପ୍ରମୋଦ ପଟ୍ଟନାୟକ, ବ୍ରଜକିଶୋର ପାଣି, କୈଳାଶ ସାମଲ, ଅଶୋକ ଶୁକ୍ଳ, ବିବେକାନନ୍ଦ ଜେନା, ଶରତ ମହାନ୍ତି, ରବିନ୍ଦ୍ର ସାହୁ, ପଞ୍ଚାନନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post