ଭାଗବତ କଥା ଜ୍ଞାନଯଜ୍ଞ ସମାପନ

ପୁଇନ୍ତଲା, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ବୁବେଲ ସ୍ଥିତ ମହିମା ରାଇସ୍ ମିଲ୍ ଠାରେ ଚଳିତ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାସ ସରୋଜ କୁମାର ବେଦବାକ୍‌ଙ୍କ ଦ୍ଵାରା ସୁମଧୁର ବାଣୀରେ ଭାଗବତ ପାଠ କରାଯାଇଥିଲା । ଗୁରୁପ୍ରସାଦ ମିଶ୍ରଙ୍କ ଦ୍ଵାରା ସାତଦିନ ଧରି ପଠନ, ପ୍ରବଚନ, ପୂଜା କାର୍ଯ୍ୟ ଆଦି ମହାସମାରୋହରେ ପାଳିତ ହୋଇଯାଇଛି । ବଲାଙ୍ଗିର ତଥା ଆଖପାଖ ଜିଲ୍ଲାର ବହୁ ଗୁଣି ଜ୍ଞାନୀ ସୁଧିଜନ ଏବଂ ଭକ୍ତମାନେ ଆସି ଏହି ଭାଗବତ କଥାମୃତକୁ ପାନ କରିଥିଲେ । ପ୍ରତ୍ୟେକ ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହି ପୂଜାନୋତ୍ସବ ମହିମା ମିଲ୍‌ର ପ୍ରତିଷ୍ଠାତା ଛତ୍ରଧାରୀ ଅଗ୍ରୱାଲ ଓ ମୁକେଶ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.