jsm

ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କର ୧୫୦ତମ ଜୟନ୍ତୀ ସାରା ଦେଶରେ ମହାସମାରୋହରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆସନ୍ତା ୨୪ ଓ ୨୫ ତାରିଖରେ ଜିଲ୍ଲା ସଦରମହକୁମା ଭବାନୀପାଟଣା, ଧର୍ମଗଡ ଓ ନର୍ଲା ଠାରେ ଭାରତ ସରକାରଙ୍କ ମେରା ଯୁବ ଭାରତ, ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲାକ୍ରୀଡା ବିଭାଗ ତରଫରୁ ମିଳିତ ଆନୁକୂଲ୍ୟରେ ପାଳନ କରାଯିବ । ଭବାନୀପାଟଣା ଠାରେ ଚଳିତ ମାସ ୨୪ ତାରିଖ ସକାଳ ୭ଟାରେ ଓ ଧର୍ମଗଡରେ ଅପରାହ୍ନ ୨ଟା ସମୟରେ ଆରମ୍ଭ ହେବ ଓ ୨୫ ତାରିଖ ଦିନ ସକାଳ ୭ଟାରେ ନର୍ଲା ଠାରେ ଆରମ୍ଭ ହେବ । ଏଥିରେ ପଦଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଲୋକସଭା ସଦସ୍ୟ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡାଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାଂସଦ ଶ୍ରୀମତୀ ମାଳବିକା ଦେବୀ ସମ୍ବୋଧନ କରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ରୂପ ରେଖ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହୋଇ ଏକତା ଦିବସରେ ଅଂଶଗ୍ରହଣ କରି ଜାତୀୟ ଏକତାକୁ ସୁଦୃଢ଼ କରିବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲାପାଳ ପ୍ରକାଶ ସମସ୍ତଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରସାର ପ୍ରଚାର ଦିଗରେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.