jsm

ବିବେକାନନ୍ଦ ହାଇସ୍କୁଲ ଗର୍ଜନ ଠାରେ ଧୁମଧାମରେ ଶିଶୁ ଦିବସ ପାଳନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲ ଠାରେ ରୋଟାରି କ୍ଲବ୍ ଅଫ୍ ରାଉରକେଲା ଅର୍ବାନ ତରଫର ଶିଶୁ ଦିବସ ପାଳନ କରାଯାଇଥିଲା । କ୍ଲବର ଅଧ୍ୟକ୍ଷ ରୋଟାରିଆନ ଇଂ ଉଦିତ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରୀମାନଙ୍କ ପାଇଁ ଚାମଚ–ମାର୍ବଲ୍ ଦୌଡ଼ ଆୟୋଜିତ ହୋଇଥିଲା । ପରେ ପୁଅମାନଙ୍କ ପାଇଁ ତିନିଟି ବେଲୁନ୍ ସହିତ ଦୌଡ଼ ପ୍ରତିଯୋଗିତା ଯେଉଁଟାକି ଦୁଇଟି କାନ୍ଧ ତଳେ ଓ ଗୋଟିଏ ଦୁଇ ଗୋଡ ମଝିରେ ଧରି ଦୌଡ଼ିବା ଏହି ଖେଳ ଅତ୍ୟନ୍ତ ମନୋରଞ୍ଜନକର ଥିଲା । ସେହିପରି ପୂର୍ବରୁ ଆୟୋଜିତ ବିବେକାନନ୍ଦ ହାଇସ୍କୁଲ ଠାରେ ଇଣ୍ଟରାକ୍ଟ କ୍ଲବ୍ ପକ୍ଷରୁ ରଚନା ପ୍ରତିଯୋଗିତା ଓ କ୍ୱିଜ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଜେତାମାନଙ୍କୁ ମେମୋଣ୍ଟୋ, ପଦକ ଓ ସାର୍ଟିଫିକେଟ୍ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ରୋଟାରିଆନ ସାହୁ ତାଙ୍କ ବକ୍ତବ୍ୟରେ ସମୟର ମୂଲ୍ୟ, ଶିକ୍ଷାର ଆବଶ୍ୟକତା ଓ ଶିଶୁଙ୍କ କର୍ତ୍ତବ୍ୟ ବିଷୟରେ ସୁନ୍ଦର ଆଲୋଚନା କରିଥିଲେ । ସେ କହିଥିଲେ ଯେ, “ସମୟକୁ ମୂଲ୍ୟ ଦେଇ ପଢ଼ାଶୁଣା କଲେ ଜୀବନରେ କେବେ ଅସଫଳତା ଆସିବ ନାହିଁ ।” ଏଥିସହ ରୋଟାରି କ୍ଲବ୍ ସବୁ ସମୟରେ ଛାତ୍ରମାନଙ୍କ ମାନସିକ ଓ ଶାରୀରିକ ଉନ୍ନତି ପାଇଁ କାମ କରିବ ବୋଲି ଆଶ୍ୱାସନା ଦେଇଥିଲେ । ପରେ ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ବୋଧନ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଡାକ୍ତର ପ୍ରଭାତ କୁମାର ମହାନ୍ତି, ଅଞ୍ଜୁ କକ୍କଡ, ଇଂ ଦେବବ୍ରତ ନାୟକ, ଉଷା ଦାସ, ଡ଼ା. ସାମନ୍ତ କୁମାର ସାହୁ, ପ୍ରଦୀପ ଦାସ, ରବିକାନ୍ତ ସିଂ, ବନାନୀ ଦାସ, ସରୋଜିନୀ ପାଢ଼ୀ, ଅରୁଣ କୁମାର ସିଂ, ପଦ୍ମିନୀ ସାହୁ, ଅଶୋକ କକ୍କଡ, ମୀନା ମହାନ୍ତି, ସସ୍ମିତା ନାୟଲ, ହର୍ଷିତା ଓ ଗୋବିନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.