ରାଉରକେଲା, (ସସ୍ମିତା ପ୍ରଧାନ) : ମାନବ ସେବା ପ୍ରତିଷ୍ଠାନ, ଜଗଦାରେ ହୁମାନିଟି ଫାଉଣ୍ଡେସନ ତରଫରୁ ଶିଶୁ ଦିବସ ବିଶେଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସମ୍ପୂର୍ଣ୍ଣ ବିକାଶ — ଶିକ୍ଷା, ସୃଜନଶୀଳତା, ନୈତିକ ମୂଲ୍ୟବୋଧ ଓ ସ୍ୱାସ୍ଥ୍ୟ ସଚେତନତା — ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ-ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ଅନୁପମା ଆଚାର୍ଯ୍ୟ, ଶୁଭଶ୍ରୀ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ବିଜୟାନନ୍ଦ ସୁନ୍ଦରାୟ, ସଂଗ୍ରାମ ପତି, ସଂଗ୍ରାମ ଜେନା, ସରସ୍ଵତୀ ନାୟକ, ଶଶିଲତା ହୋତା, ପ୍ରିୟଙ୍କା ପାଣି ଓ ରଶ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ଶିଶୁମାନଙ୍କୁ ସକାଳର ଜଳଖିଆ ଓ କିଛି ଉପହାର ଦେଇ, ପ୍ରେରଣା ଓ ସମ୍ମାନ ଦେଇ ଶିଶୁ ଦିବସଟିକୁ ହସଖୁସିରେ ପାଳନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post