ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ୧୧ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡା. ପଂଚଜନ୍ୟ ପଣ୍ଡା ଯୋଗ ଦେଇ ବିଜ୍ଞାନ ଓ ଏହାର ଆବିଷ୍କାର ବିଷୟରେ ଆଲୋକପାତ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ପ୍ରୋଜେକ୍ଟ ବିଷୟରେ ଦର୍ଶକମାନଙ୍କୁ ବିଷଦ୍ ଭାବରେ ବୁଝାଇଥିଲେ । ବିଚାରକ ରୂପେ ସୁଶ୍ରୀ ସଞ୍ଜିବନୀ ପଣ୍ଡା ବିଜ୍ଞାନ ଶିକ୍ଷୟିତ୍ରୀ ଏବଂ ବିଜ୍ଞାନ ଶିକ୍ଷକ କାର୍ତ୍ତିକ ପଣ୍ଡା ସମସ୍ତ ପ୍ରୋଜେକ୍ଟ ତଦାରଖ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ ସ୍ୱରୁପ ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦିଆଯାଇଥିଲା । ଶିଶୁ ଦିବସ ଅବସରରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜର ସୌରଭ କୁମାର ଏବଂ ପ୍ରତାପ ରଥ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ସ୍କୁଲ ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍ଗାତାଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମାୟାବର୍ହା ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ଆକୁଳ ବେହେରା ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍ଗାତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post