csstore

ଟେମରୀ ହାଇସ୍କୁଲରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଛିଫ ସର୍ବ ପ୍ରଥମେ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମୁଖ୍ୟ ଅତିଥି ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସୋଢ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଟଙ୍କଧର ପ୍ରଧାନ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଦୀପ ପ୍ରଜ୍ୱଳନ କରିଥିଲେ । ତା ପରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ଼ୋଳାମଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ମଥାରେ ଚନ୍ଦନ, ମିଷ୍ଟାନ୍ନ ଖୁଆଇ ନିଆରା ଢଙ୍ଗରେ ସଭାକୁ ଆଗକୁ ନିଆଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବକ୍ତୃତା ଏବଂ ଗୀତନାଚ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମହୁଲପାଲି ସ୍କୁଲର ସହକାରୀ ଶିକ୍ଷକ ଅରବିନ୍ଦ ଗିରି ମଧ୍ୟ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଦ୍ୟୁମ୍ନ ବରିହା, ଶିକ୍ଷୟିତ୍ରୀ ତୃପ୍ତିମୟୀ ଧାରୁଆ, ଯାଜ୍ଞସେନୀ ସାହୁ କିରାଣୀ ସୁମନ୍ତ ଧାରୁଆ, ସୁବାସିନୀ ବାରିକ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.