ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଉଭୟ ପଦ୍ମପୁର ଏବଂ ଖୁଣ୍ଟପାଲି ପରିସରରେ ଶିଶୁ ଦିବସ ପାଳନ କରାଯାଇଥିଲା । ସର୍ବପ୍ରଥମେ ଚନ୍ଦନ ଲଗାଇ ଏବଂ ପୁଷ୍ପବୃଷ୍ଟି କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ପରିସରକୁ ସ୍ଵାଗତ କରାଯାଇଥିଲା । ଏହି ଉତ୍ସବରେ ଅଭିଷେକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାଶ ଏବଂ ଉପାଧ୍ୟକ୍ଷ ପଦ୍ମନାଭ ପଣ୍ଡା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ଦିବସର ଅଭିନନ୍ଦନ ଜଣାଇଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।