ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟସ୍ଥ କୁରସୁଡ଼ ପଞ୍ଚାୟତ ଅନ୍ତର୍ଗତ ପିପଲପଦର ଗ୍ରାମ ଆନୁକୂଲ୍ୟରେ ମହୁଲଭଟା ସର୍ବସାଧାରଣ ଖେଳ ପଡିଆଠାରେ ଆଜି ମାଁ ବସ୍ତ୍ରେନ ୟୁଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ଜୈନ, ସମ୍ମାନୀୟ ଅତିଥି ଭାବେ ବୈଦେହି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉଦଘାଟନୀ ମ୍ୟାଚରେ ଚାନ୍ଦୋତରା ଓ କାଲକୁଟ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଏଥିରେ କାଳକୁଟ ଦଳ ବିଜୟୀ ହୋଇଥିଲା । ରେଫରୀ ମୋହନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବେ ନରେନ୍ଦ୍ର ସାହୁ ଓ ସଂକୀର୍ତ୍ତନ ଜାନୀ ସହଯୋଗ କରିଥିଲେ । ଆୟୋଜକ ପିପଲ ପଦର ୟୁଥ କମିଟିର ସଭାପତି ବିକାଶ ବାଗ, ସମ୍ପାଦକ ଜଗନ୍ ବେହେରା, ବିଜୁ, ପିତାମ, କୁରୁପତି, ପ୍ରିୟକର, ଦିପକ, ତପନ, ଲିଙ୍ଗରାଜ, ସୁମନ, ଅନିଲଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ୧୮ ତାରିଖରେ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।