ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ରୀୟ ବିଦ୍ୟାଳୟ ଏମସିଏଲ ଜଗନ୍ନାଥ କ୍ଷେତ୍ରରେ ଜେଜେବାପା ଓ ଜେଜେମାଆ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ବିଶେଷ ଅବସରରେ, ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ଜେଜେବାପା ଏବଂ ଜେଜେ ମାଆଙ୍କୁ ସମ୍ମାନିତ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସକାଳ ୯.୩୦ ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଆଶା କୁମାରୀ ସମସ୍ତ ଜେଜେବାପା ଓ ଜେଜେମାଆଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ଅଭିଭାଷଣରେ ସେ କହିଥିଲେ, “ଜେଜେବାପା ଜେଜେ ମାଆମାନେ ଆମ ପରିବାରର ମୂଳଦୁଆ । ଆମକୁ ସେମାନଙ୍କଠାରୁ ଅନେକ କଥା ଶିଖିବାକୁ ପଡିବ ଏବଂ ସେମାନଙ୍କ ଅଭିଜ୍ଞତାକୁ ସମ୍ମାନ କରିବାକୁ ପଡିବ । ଛାତ୍ରମାନେ ନୃତ୍ୟ, ସଙ୍ଗୀତ ଏବଂ ନାଟକ ପରିବେଷଣ କରିଥିଲେ ଯାହା ଜେଜେବାପାଙ୍କ ପ୍ରତି ସେମାନଙ୍କର ପ୍ରେମ ଏବଂ ସମ୍ମାନକୁ ପ୍ରତିଫଳିତ କରିଥିଲା । ପିଲାମାନେ ଜେଜେବାପା, ମାଆଙ୍କ ପରିବାରରେ ଗୁରୁତ୍ୱ ଏବଂ ଭୂମିକା ଉପରେ ଆଲୋକପାତ କରି ଏକ ନାଟକ ପରିବେଷଣ କରିଥିଲେ । ଏହି ଅବସରରେ ଜେଜେବାପା, ଜେଜେମାଆ ମଧ୍ୟ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ପିଲାମାନଙ୍କ ସହିତ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ପାରିବାରିକ ବନ୍ଧନକୁ ମଜବୁତ କରିଥାଏ ଏବଂ ପିଢ଼ିପିଢ଼ି ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିଥାଏ । ଜେଜେବାପା ଜେଜେମାଆଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା । ଯାହା ଖୁସିକୁ ଦ୍ଵିଗୁଣିତ କରିଥିଲା ଏବଂ ତାଙ୍କୁ ତାଙ୍କର ପିଲାଦିନ ମନେ ପକେଇ ଦେଇଥିଲା । କାର୍ଯ୍ୟକ୍ରମ ଶେଷରେ, ସମସ୍ତ ଜେଜେବାପା ଜେଜେମାଆଙ୍କୁ ସ୍ମାରକୀ, ଉପହାର ଏବଂ ମିଷ୍ଠାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କେବଳ ପିଲାମାନଙ୍କୁ ସେମାନଙ୍କର ବଡ଼ମାନଙ୍କ ପ୍ରତି ସମ୍ମାନ ଶିଖାଇନଥିଲା ବରଂ ସମଗ୍ର ବିଦ୍ୟାଳୟରେ ଏକ ଉତ୍ତମ ପରିବେଶ ସୃଷ୍ଟି କରିଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଏହି ଆୟୋଜନଙ୍କୁ ପ୍ରଶଂସା କରିଥିଲେ ।
Prev Post