ମା’ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ମହୋତ୍ସବ ପୂର୍ବରୁ ପୁନଉଦ୍ଧାର ସମ୍ପୂର୍ଣ୍ଣ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ମା’ ପାଟଣେଶ୍ୱରୀ ମନ୍ଦିର ପୀଠକୁ ୧୫୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆଗାମୀ ଜାନୁଆରୀ ମାସ ପହିଲା ସପ୍ତାହରେ ପାଟଣେଶ୍ୱରୀ ମହୋତ୍ସବ ଆୟୋଜନ ପାଇଁ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗକୁ ସୂଚନା ପ୍ରଦାନ କରିଛି । ଗତ ୨୦୨୩ ମସିହାରେ ଉନ୍ନତିକରଣ ପାଇଁ ୧ କୋଟି ୧୨ ଲକ୍ଷ ଟଙ୍କା ସୌର୍ଯ୍ୟକରଣ ପାଇଁ ମା’ ପାଟଣେଶ୍ୱରୀ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୩ବର୍ଷରୁ ଉଦ୍ଧ୍ୱର୍ ସମୟ ହୋଇଯାଇ ଥିଲେ ହେଁ ଏ ଯାଏଁ ତାହା ସମ୍ପୂର୍ଣ୍ଣ ହୋଇନାହିଁଁ । ଏହି ଅବସରରେ ଦେବାଳୟା କମିଟିର ଏକ ପ୍ରତିନିଥି ଦଳ ବଲାଙ୍ଗିର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କୁ ଦାବି ପ୍ରଦାନ କରିଛି । ଜାନୁୟାରୀ ମାସରେ ମହୋତ୍ସବ ଆୟୋଜନ ହେବା ହେତୁ ମନ୍ଦିର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ମା’ ପାଟଣେଶ୍ୱରୀ ମନ୍ଦିରର ଗମ୍ଭୀରାଘର, ପରଭା ରୂପା କିମ୍ବା ପିତ୍ତଳ ଛାଉଣିି ଲଗାଇବା ପାଇଁ ଦାବି କରାଯାଇଥିଲା । ୧୫୦ ବର୍ଷ ପୂର୍ତ୍ତି ଅବସରରେ ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରକୁ ପର୍ଯ୍ୟଟନ ମାନ୍ୟତା ଦାବି, ପାଟଣେଶ୍ୱରୀ ମହୋତ୍ସବ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର ଦାବି ଜଣାଇଥିଲେ । ଆଗାମୀ ଦିନରେ ମହୋତ୍ସବ ପାଇଁ ବିଭିନ୍ନ ଯୋଜନା ଓ ବଲାଙ୍ଗିରର ବୁଦ୍ଧିଜିବୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହେବ । ଓଡ଼ିଶା ରାଜ୍ୟପାଳ ଏବଂ ରାଜ୍ୟର ବିଭିନ୍ନ ନେତା ମନ୍ତ୍ରୀଗଣଙ୍କୁ ଉତ୍ସବରେ ନିମନ୍ତ୍ରିତ କରାଯିବ ବୋଲି କମିଟି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.