- ଲୋକେ ଅଧିକ ଲୋଭର ବଶବର୍ତ୍ତୀ ନ ହେବାକୁ ପରାମର୍ଶ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମନୁଷ୍ୟ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହେଲେ, ତାକୁ ବିପଦରେ ଛନ୍ଦି ହେବାକୁ ପଡେ ବୋଲି ଖଲ୍ଲିକୋଟ ନଗରୀ ଠାରେ ଆୟୋଜିତ ସାଇବର ଅପରାଧ ସଚେତନେତା ସଭାରେ ମତ ପ୍ରକାଶ ପାଇଛି । ଖଲ୍ଲିକୋଟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ସାଇବର ଅପରାଧ ଜନିତ ଏହି ସଚେତନେତା ଶିବିରରେ ଖଲ୍ଲିକୋଟ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡକ୍ଟର ଏ.ପି.ଜେ. ଅବଦୁଲ କାଲାମ ଜନ କଲ୍ୟାଣ ଟ୍ରଷ୍ଟ ସହଯୋଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଖଲ୍ଲିକୋଟ ପୋଲିସ ଥାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାଇବର ସଚେତନେତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜ ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ଏବଂ ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରକର ରାଜେନ୍ଦ୍ର କୁମାର ଜେନା ଯୋଗଦେଇ ଲୋକମାନେ ଅତ୍ୟଧିକ ଅର୍ଥ ଲୋଭର ବଶବର୍ତ୍ତୀ ହୋଇ ବିଭିନ୍ନ ଠକାମୀର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି । ଏପରିକି ବହୁ ଶିକ୍ଷିତ ଯୁବକ ଯୁବତୀ, ପୁରୁଷ ଓ ମହିଳାମାନେ ଏଭଳି ଠକାମୀର ଶିକାର ହେଉଛନ୍ତି । ତେଣୁ ଦୈନିକ ଲୋକମାନେ ଏଥି ପ୍ରତି ସଜାଗ ହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଅତିରିକ୍ତ ପୋଲିସ ଅଧିକ୍ଷକ ଓ ଜିଲ୍ଲା ସାଇବାର ସେଲର ସଂଯୋଜିକା ସୀମା ସ୍ୱାଇଁ ଯୋଗ ଦେଇ ନିର୍ଦ୍ଧିଷ୍ଟ ୱେବସାଇଟ୍ ପାସୱାର୍ଡ ଓ ଫୋନ ନମ୍ବର ଓ ମେସେଜ ପ୍ରତି ସତର୍କତ୍ତା ଅବଲମ୍ବନ କରି ଏ ଦିଗରେ ସାବଧାନ ରହିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଦିନକୁ ଦିନ ଦେଶରେ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି, ବର୍ତ୍ତମାନ ନାଇଁଜେରିଆନ୍ ଫ୍ରାଡ଼ ଭଳି ନୂଆ କୌଶଳରେ ସାଇବର ଅପରାଧ ବୃଦ୍ଧି ପାଉଛି । ତେଣୁ ୭୨ ଘଣ୍ଟା ମଧ୍ୟରେ ପୋଲିସକୁ ସୂଚନା ନ ମିଳିଲେ ଠକାମୀର ଶିକାର ହୋଇଥିବା ଅର୍ଥ ମିଳିବନି ବୋଲି ସଚେତନତା କରାଯାଇଛି । ତେଣୁ ଯାହାର କି ସାଇବର ଅପରାଧ ଘଟଣା ଘଟିଲା, ୧୯୩୦ ନମ୍ବରରେ ଫୋନ କରିବାକୁ ପରାମର୍ଶ ଦେଇଥିଲେ । ଡକ୍ଟର ଏ.ପି.ଜେ. ଅବଦୁଲ କାଲାମ ଜନ କଲ୍ୟାଣ ଟ୍ରଷ୍ଟ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଂଗଠନର ସମ୍ପାଦକ ପଞ୍ଚାନନ ସୂର, ଶିଶୁବିଦ୍ୟା ମନ୍ଦିରର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ନାଟ୍ୟକାର ଦୀପିକା ଦାଶ, ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ଦାଶ, ନାଟ୍ୟ ନିର୍ଦ୍ଦେଶକ ପ୍ରହଲ୍ଲାଦ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ପ୍ରହଲ୍ଲାଦ ବେହେରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଶ୍ରୀମତୀ ଦୀପିକା ଦାଶଙ୍କ ରଚିତ ନାଟକ “ଅନ୍ତିମ ତ୍ରୁଟି” ମଞ୍ଚସ୍ଥ ହୋଇଥିଲା । ମଞ୍ଚାସୀନ ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଶତପଥୀ ଧନ୍ୟବାଦ ଜଣାଇଥିଲେ ।