ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପରିଚୟ ବର୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ଟାଉନ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପରିଚୟ ବର୍ଗ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଜ୍ୟ ପୂର୍ବତନ ସଭାପତି ଶଶି ଭୂଷଣ ପୁରୋହିତ, ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତ ସଂଗଠନ ସମ୍ପାଦକ ମାଣିକ ଲାଲ ବର୍ମା ଅତିଥି ଭାବରେ ଯୋଗ ଦେଇଥିଲେ । ଚଳିତ ବର୍ଷ ନୂତନ ଭାବରେ ସଭ୍ୟ ହୋଇଥିବା ସଭ୍ୟଙ୍କୁ ମିଶାଇ ୧୫୦ରୁ ଅଧିକ ଚଳିତ ବର୍ଷ ନବୀକରଣ କରିଥିବା ସଭ୍ୟ ମାନଙ୍କ ପରିଚିତି ପାଇଁ ଏହି ବୈଠକ ହୋଇଥିଲା । ଏହା ବାହାରେ ଚଳିତ ନଭେମ୍ବର ଶେଷ ଆଡ଼କୁ ପ୍ରଶିକ୍ଷଣ ବର୍ଗ ଓ ଡିସେମ୍ବର ୨୪ ତାରିଖ ଦିନ ଜାତୀୟ ଖାଉଟି ଦିବସ ପାଳନ ପାଇଁ ଆଲୋଚନା ଓ ପ୍ରସ୍ତୁତି ହୋଇଥଲା । ସଭା କାର୍ଯ୍ୟ ଆରମ୍ଭ ନିକଟରେ ଦିବଂଗତ ହୋଇଥିବା ସକ୍ରିୟ ସଭ୍ୟ ବିଚିତ୍ର କୁମାର ସାହୁ ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ସାହୁ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, କାର୍ଯ୍ୟକାରୀ ସଦସ୍ୟ ଗୋବର୍ଦ୍ଧନ ପାଣ୍ଡିଆ, ଜୟ ଚନ୍ଦ୍ର ସାହୁ, ଆଡଭୋକେଟ ଅଶୋକ କୁମାର ମିଶ୍ର, ରାଜେନ୍ଦ୍ର ପୁରୋହିତ, ରାମ ପ୍ରସାଦ ଶତପଥୀ ପ୍ରମୁଖ ଆଲୋଚନାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.