ଅନୁସୁଚିତ ଜାତି ଓ ଜନଜାତି କର୍ମଚାରୀ ପରିଷଦର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

  • ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଛୁଟି ଘୋଷଣା କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ଓଡ଼ିଶା ଅନୁସୁଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ବଲାଙ୍ଗିର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକର, ଧରତି ଆବା ବିର୍ସା ମୁଣ୍ଡା, ସାବିତ୍ରୀ ବାଇଫୁଲେ ଓ ଧରମ ସିଂ ମାଝୀ ମାନଧାତାଙ୍କ ଫଟୋଚିତ୍ରରେ ପୂଜାସେବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ମୀନକେତନ ମାଝୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ସହିତ ପରିଷଦର ଆଭିମୁଖ୍ୟ, ଲକ୍ଷ୍ୟ, ଉପଲବ୍ଧ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ଗୁଣନିଧି ମଲ୍ଲିକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିର ଯୋଗଦେଇ ସମାଜ ପ୍ରତି ଉତ୍ତର ଦାୟିତ୍ୱ, ସଂଗଠନର ମହତ୍ୱ ଉପରେ ସଚେତନତା ଜରୁରୀ ବୋଲି ମାର୍ଗଦର୍ଶନ କରିଥିଲେ । ସାଧାରଣ ସଂପାଦକ ରବିନ୍ଦ୍ର କୁମାର ସୁନା ବାର୍ଷିକ ବିବରଣୀ ପାଠ, ସଂପାଦକ (ବିତତ୍ତ) ବୃନ୍ଦାବନ ନାଗ ବାର୍ଷିକ ଆୟବ୍ୟୟ, ସଂପାଦକ(ସାସ୍କୃତିକ) ସୁରେନ୍ଦ୍ର ସେଠ୍‌ ଶୈକ୍ଷିକ କାର୍ଯ୍ୟାବଳୀ, କାର୍ଯ୍ୟକାରୀ ସଭାପତି କମଲ ଲୋଚନ ବିଶ୍ୱାଲ ଆର୍ଥିକ ପରିଚାଳନା ବିଷୟରେ ଉଲ୍ଲେଖ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ସଂପାଦକ ତଥା ସକ୍ରିୟ ସଭ୍ୟମାନେ ଯୋଗ ଦେଇ ବିବରଣୀ ଉପସ୍ଥାପନ ସହ ପରିଷଦର ଉନ୍ନତି ଏବଂ ଧରତି ଆବା ବିର୍ସାମୁଣ୍ଡାଙ୍କ ଜୟନ୍ତୀକୁ ଛୁଟି ଘୋଷଣା କରାଯାଉ ବୋଲି ମତାମତ ଦେଇ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଜିଲ୍ଲାରେ ଉଲ୍ଲେଖନୀୟ ସଭ୍ୟ ସଂଖ୍ୟା ସଂଗ୍ରହରେ ଗୁଡ଼ଭେଲା ବ୍ଲକ ପ୍ରଥମ, ଦେଓଗାଁ ବ୍ଲକ ଦ୍ୱିତୀୟ ଓ ବେଲପଡ଼ା ବ୍ଲକ ତୃତୀୟ ହୋଇଥିବାରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ସଭାପତି ରଘୁନାଥ ପୁଝାରୀ, ଖୁସିରାମ ମଲ୍ଲିକ, ପ୍ରିୟବ୍ରତ କୁମୁରା, ନକୁଳ ମାଝୀ, ଡମ୍ବରୁଧର ଧରୁଆ, ଶୁକ୍ରୁ ଧରୁଆ, ସଂପାଦକ ସତ୍ୟଜିତ ଛତ୍ରିଆ, ହୋଲେଶ୍ୱର ଧରୁଆ, କାତ୍‌ର୍ତ୍ତିକ ହରପାଲ, ପର୍ଶୁରାମ ସୁନା, ସକ୍ରିୟ ସଭ୍ୟ ମହେନ୍ଦ୍ର ନାଗ, ଅଜିତ କୁମାର ନାଗ, କଳିଙ୍ଗ ସୁନା, ଭଗତ ନାଗ, ତରୁଣ ସିଂ ଦୀପ, ସହଦେବ ଧରୁଆ, ଛବିନ୍ଦ୍ର ବେହେରା, ଗୋପାଳ ଭୁଏ, ବିରଞ୍‌ଞ୍ଚି ମାଝୀ,ବବୃ ନାଗ, ଯୋଗେନ୍ଦ୍ର ଦଳପତି ଓ ସରକାରୀ ମହାବିଦ୍ୟାଳୟର ଅଧ୍ୟାପିକା ରମଣୀ ନାଏକ ସୁଚିନ୍ତିତ ମତାମତ ଦେଇଥିଲେ । ଆଗାମୀ ବର୍ଷ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଅତିରିକ୍ତ ସଂପାଦକ ନୀଳକଣ୍ଠ ସୁନା ସଭା ପରିଚାଳନା କରିଥିବା ବେଳେ ଶେଷରେ ବ୍ଲକ ସଚିବ ଗଦି ସୁନା ଧନ୍ୟବାଦ ଦେବା ପରେ ସଭାପତିଙ୍କ ଦ୍ୱାରା ସଭା ସ୍ଥଗିତ କରାଯାଇଥିଲା ।

Leave A Reply

Your email address will not be published.