csstore

ଆଗଲପୁର ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର : ଶାନ୍ତି ନିକେତନ ହାଇସ୍କୁଲ ବିନ୍ଧାପାଲିଠାରେ ଚମରା ଚୌହାନଙ୍କ ସଭାପତିତ୍ୱରେ ଆଗଲପୁର ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଜ୍ୟ ପୂର୍ବତନ ସଭାପତି ପୁରନ୍ଦର ଦାଶ, ସମ୍ମାନିତ ଅତିଥି ପୂର୍ବତନ ରାଜ୍ୟ ସଭାପତି ବିନୋଦ ପାଣିଗ୍ରାହୀ, ସୁଧାଂଶୁ ବାବୁ, ସୁଧୀର ନାଏକ, ଅନୀଲ ସାହୁ, ଶଶାଙ୍କ ସାହୁ, ଦିଲୀପ ବାରିକ, ଅରବିନ୍ଦ ପଧାନ, ତାରାକାନ୍ତ ମିଶ୍ର, ପ୍ରଧାନ ଶିକ୍ଷକ ଗୋବିନ୍ଦ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ମନୋରଞ୍ଜନ ସାହୁ ସଭା ପରିଚାଳନା କରିଥିଲେ । ଆଗଲପୁର ବ୍ଲକ ଓଷ୍ଟାର ନୂତନ କମିଟି ଗଠନ ହୋଇଥିଲା । ଏଥିରେ ସଭାପତି ଭାବେ ଉମାକାନ୍ତ ପୁଟେଲ, ଉପ ସଭାପତି ଭାବେ ଅଶୋକ ମିଶ୍ର, ଇତିଶ୍ରୀ ସାହୁ, ସଂପାଦକ ଭାବେ ଅମୂଲ୍ୟ ବେହେରା, ଯୁଗ୍ମ ସଂପାଦକ ଭାବେ ଭକ୍ତ ଚରଣ ପୋଢ, ପ୍ରଭାସ ସାହୁ, ସୁଚିତାରାଣୀ କବାଟ, ରାଜ୍ୟ ପରିଷଦ ସଦସ୍ୟ ଦିଲୀପ ପଧାନ, ତାରାକାନ୍ତ ମିଶ୍ର, ଗୋବିନ୍ଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅଚ୍ୟୁତ ପଧାନ, ସତ୍ୟ ସାହୁ, ମନୋରଞ୍ଜନ ସାହୁ, ବଶିଷ୍ଟ ବାରିକ, ପ୍ରଦୀପ ପଧାନ, ଉପଦେଷ୍ଟା କମିଟିରେ ପୁରନ୍ଦର ଦାଶ, ତରଣୀସେନ ପଧାନ, ଚମରା ଚୌହାନ, ଆନନ୍ଦ ସାହୁ, ଶ୍ରୀବତ୍ସ ଭୋଇ ମନୋନୀତ ହୋଇଥିଲେ । ଅମୂଲ୍ୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.