csstore

ସୁନ୍ଦରଗଡ଼ ଦିବସ ଏବଂ ଜିଲ୍ଲା ମହୋତ୍ସବ “ଯତରା” ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଡ଼ା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରତିଷ୍ଠା ଦିବସ “ସୁନ୍ଦରଗଡ଼ ଦିବସ” ଏବଂ ଜିଲ୍ଲା ମହୋତ୍ସବ “ଯତରା” ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସୁନ୍ଦରଗଡ଼ ଦିବସ ଏବଂ ଯତରାକୁ ସଫଳତାର ସହ ଆୟୋଜନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ କଳାକାର ତଥା ବୁଦ୍ଧିଜୀବୀ ମାନଙ୍କୁ ନେଇ ଗଠିତ ବିଭିନ୍ନ କମିଟି ଗୁଡ଼ିକ ପରସ୍ପର ସହ ସମନ୍ଵୟ ରକ୍ଷା କରି ନିଜ ନିଜ କମିଟିର କାର୍ଯ୍ୟ ଗୁଡିକ ସମ୍ପାଦନ କରିବାକୁ ଜିଲ୍ଲାପାଳ ଡ଼ା. ମହାପାତ୍ର ଗୁରୁତ୍ଵାରୋପ କରିଥିଲେ । ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ଯେଉଁଥିରେ ଆଂଚଳିକ, ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରମୁଖ କଳାକାରମାନେ ଅଂଶ ଗ୍ରହଣ କରିବେ । ଏହା ସହିତ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା , ଚିତ୍ରକଳା ପ୍ରଦର୍ଶନୀ ଆଦି ଆୟୋଜନ କରାଯିବା ନେଇ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର, ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଞ୍ଜନ ସାହୁ, ଉପ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ, ଆଇଏଏସ୍‌ ଶିକ୍ଷାନବିଶ ସୁଶ୍ରୀ ଫାବି ରସିଦ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମିତ ଟୁଡୁ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ ବିଭାଗୀୟ ଅଧିକାରୀ , ଜିଲ୍ଲାର ପ୍ରମୁଖ କଳାକାର ବୃନ୍ଦ, ବୁଦ୍ଧିଜୀବୀ, ଯତରାର ବିଭିନ୍ନ କମିଟିର ସଦସ୍ୟ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ । ଉପରୋକ୍ତ ସବୁ କାର୍ଯ୍ୟକ୍ରମ କିଭଳି ଭାବେ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେଥି ନିମନ୍ତେ ଜିଲ୍ଲାପାଳ ଡ଼ା. ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

jayashree
Leave A Reply

Your email address will not be published.