- ବହୁ ସଂଖ୍ୟାରେ ମତଦାନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ । ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ବେଶ୍ ଉତ୍ସାହୀ ତୃତୀୟ ଲିଙ୍ଗୀମାନେ । ଏହି ନିର୍ବାଚନ ମଣ୍ଡଳୀରେ ଏଭଳି ୨୧ ଜଣ ଭୋଟର୍ ନାମ ପଞ୍ଜିକୃତ କରିଛନ୍ତି । ଆସନ୍ତା ଉପନିର୍ବାଚନରେ ସେମାନେ ସମସ୍ତେ ତ ନିଶ୍ଚିତ ଭୋଟ ଦେବେ ଏହା ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର୍ ମତଦାନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ତୃତୀୟ ଲିଙ୍ଗୀ ଜୁଲି ମାଝୀ, ରୋଜି ୟାଦବ ଓ ରଙ୍ଗିଲା ଯାଦବ ପ୍ରମୁଖ ଅନୁରୋଧ କରୁଛନ୍ତି । ଚସୂଚନାଯୋଗ୍ୟ ଯେ, ଆସନ୍ତା ଉପ ନିର୍ବାଚନରେ ମତଦାନ ପାଇଁ ୧ ଲକ୍ଷ ୨୪ ହଜାର ୫୪୪ ଜଣ ମହିଳା, ୧ ଲକ୍ଷ ୨୯ ହଜାର ୯୩୨ ଜଣ ପୁରୁଷଙ୍କ ସହିତ ୨୧ ଜଣ ତୃତୀୟ ଲିଙ୍ଗୀ ନାମ ପଞ୍ଜିକୃତ କରିଛନ୍ତି ।