csstore

ଚବିଶ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହାଟପଦା ପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ ୧୧ତମ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି । ହରେକୃଷ୍ଣ ହରେରାମ ଧ୍ୱନିରେ ମଣ୍ଡଳୀ ପ୍ରକମ୍ପିତ ହୋଇଉଠୁଛି । ଆଜି କୀର୍ତ୍ତନ ଜଗତର ଜଣେ ସୁନାମଧନ୍ୟ କଲାକାର ଅଲରାଉଣ୍ଡର ବାୟକ /ଗାୟକ ସଞ୍ଜୟ ସାହୁ ଯୋଗ ଦେଇଥିଲେ । ତାଙ୍କ କୀର୍ତ୍ତନ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ସକାଳ ୯ଟାରେ ପୂର୍ଣ୍ଣାହୁତି ପଡିବ ବୋଲି କମିଟି ପକ୍ଷରୁ କୁହାଯାଇଛି । କର୍ତ୍ତା ଭାବରେ ସନ୍ତୋଷ ପାଢୀ ଏବଂ ସିପ୍ରା ପାଢୀ ଥିବାବେଳେ ସଭାପତି ଲୋଟସ ଷଡଙ୍ଗୀ, ସଭ୍ୟ ଜଗନ୍ନାଥ ମିଶ୍ର, ପୃଥ୍ୱୀରାଜ ବରାଡ, ପବିତ୍ର ଖୁଣ୍ଟିଆ, ନିତ୍ୟାନନ୍ଦ ପଧାନ, ଲକ୍ଷ୍ମୀ ସ୍ଵାଇଁ, ଯତୀନ୍ଦ୍ର ମିଶ୍ର, ଟିଂକୁ ପରିଚ୍ଛା, ଶିଶିର ବେହେରା, ମୁନା ପାଲ, ମଧୁ ବନଛୋର, ରାଜକୁମାର ମିଶ୍ର, ସନତ ତ୍ରିପାଠୀ, ନାରାୟଣ ପାଢୀ, ହରିବଂଶ ମିଶ୍ର, ନେପାଲ କରଣ ଏବଂ ଶାନ୍ତ ମିଶ୍ର ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.