ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ସାଇବର ପୋଲିସର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ସାଇବର ଥାନା ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇବର ଆଇଆଇସି ଭାରତୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଇବର ସଚେତନତା କାର୍ଯ୍ୟକ୍ରମରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ବ୍ୟାଙ୍କ ଅଫ ବରୋଦାର ବିଏମ୍‌ ମଂଚାସୀନ ଥିଲେ । ଉପସ୍ଥିତ ଛାତ୍ରୀ ମାନଙ୍କୁ ବଢି ବଢି ଚାଲିଥିବା ସାଇବର କ୍ରାଇମ ଉପରେ ସଚେତନ କରିଥିଲେ । ଆଜିକା ଦିନରେ ବ୍ୟାଙ୍କରୁ ଟଙ୍କା ଗାୟବ, ବ୍ଲାକ ମେଲିଂ ଭଳି ବିଭିନ୍ନ ପ୍ରକାରର ସାଇବର ଠକେଇ ଆସୁଛି, ସେ ସବୁଠୁ ଦୂରେଇ ରୁହନ୍ତୁ ଓ ନିଜକୁ ସୁରକ୍ଷତି ରକ୍ଷନ୍ତୁ ବୋଲି ସାଇବର ଆଇଆଇସି ଶ୍ରମୀତୀ ନାଏକ ଓ ତାଙ୍କ ଟିମ୍‌ ଉପସ୍ଥିତ ଛାତ୍ରୀମାନଙ୍କୁ ସଚେତନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.