ଚୁଡାପାଲି : ଚୁଡାପାଲି ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁବାଟିକା ବିଭାଗର ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବଲାଙ୍ଗିର ସଂକୁଳ ସଂଯୋଜକ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଦମପଡା ବଲାଙ୍ଗିରର ପ୍ରଧାନଆଚାର୍ଯ୍ୟ ସନାତନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିଶୁ ଶିକ୍ଷାର ସ୍ୱରୂପ ଓ ପାଠ୍ୟକ୍ରମ ଓ କ୍ରିୟାକଳପ ବିଷୟରେ ମା’ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁବାଟିକା ପ୍ରମୁଖ ରୀନାରାଣୀ ଜେନା କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଆଚାର୍ଯ୍ୟ ପବିତ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ । ପରିଚାଳନା ସମିତିର ଉପସଭାପତି ସଞ୍ଜୀବ ମେହେର କୋଷାଧକ୍ଷ ବୈଷମ୍ପାୟନ ଥନାପତି ସଭ୍ୟା ଶ୍ରୀମତୀ ନିରୁପମା ନନ୍ଦ ଉପସ୍ଥିତ ଥିଲେ । ଉକ୍ତ କର୍ମଶାଳାରେ ମୋଟ ୮୦ ଜଣ ମା’ ବିଭିନ୍ନ କାଳାଂଶ ଓ କ୍ରିୟାକଳାପରେ ଅଂଶଗ୍ରହଣ କରିଥିଲେ । ସମସ୍ତ ଗୁରୁଜୀ, ଗୁରୁମା ତଥା ସେବକ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Next Post