ହାଟପଦା ପଡା ୧୧ତମ ୨୪ ପ୍ରହରୀର ନମଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମା’ ମେଟାକାନୀ ମନ୍ଦିର କମିଟିର ସଭାପତି ଲୋଟସ ଷଢଙ୍ଗୀଙ୍କ ନେତୃତ୍ୱରେ ୧୧ତମ ୨୪ ପ୍ରହରୀର କଳସ ଯାତ୍ରା ଶୁଭାରମ୍ଭ ହୋଇଯାଇଛି । ସହରର ନରସିଂହ ମନ୍ଦିର ପୋଖରୀରୁ କଳସରେ ଜଳ ଅଭିଷେକ କରି ଶତାଧିକ ମହିଳା ସହର ପରିକ୍ରମା କରି ପ୍ରହରୀ ମଣ୍ଡଳୀରେ କଳସ ସ୍ଥାପନ କରିଥିଲେ । ଚଳିତ ବର୍ଷ ସନ୍ତୋଷ କୁମାର ପାଢ଼ୀ ସହଧର୍ମିଣୀ ସିପ୍ରା ପାଢ଼ୀ କର୍ତ୍ତା ଭରେ ଦାୟିତ୍ୱ ତୁଲାଉ ଥିବାବେଳେ ମୁରାରୀ ମିଶ୍ର ପୁଜକ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଚଳିତ ବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଅନେକ ସଂକୀର୍ତନ ପାଟି ଯୋଗ ଦେବେ । ଦୁଇ ତାରିଖରୁ ନାମ ଆରମ୍ଭ ହେବ ଏବଂ ପାଞ୍ଚ ତାରିଖରେ ପୂର୍ଣ୍ଣାହୂତି ହେବ ବୋଲି କମିଟି ସଭାପତି ଶ୍ରୀ ଷଢଙ୍ଗୀ ସୂଚନା ଦେଇଛନ୍ତି । ସମ୍ପାଦକ ଜଗନ୍ନାଥ ମିଶ୍ର, ପବିତ୍ର ଖୁଣ୍ଟିଆ, ପୃଥ୍ୱୀରାଜ ବରାଡ଼, ନିତ୍ୟା ପଧାନ, ସରୋଜ ସାହୁ, ଇନ୍ଦ୍ର ନନ୍ଦ, ମୁନା ପାଲ,ରାମ ଜଟି, ଟିକୁ ପରିଚ୍ଛା, ଲକ୍ଷ୍ମୀ ସ୍ୱାଇଁ, ସନତ ତ୍ରିପାଠୀ, ଯତୀନ୍ଦ୍ର ମିଶ୍ର, କମ୍ବୁ ତ୍ରିପାଠୀ, ନାରାୟଣ ପାଢ଼ୀ, ରାଧେଶ୍ୟାମ ଷଢଙ୍ଗୀ, ଶାନ୍ତନୁ ମିଶ୍ର, ଗିରିଧାରୀ ଶତପଥି, ସତଦଳ ମିଶ୍ର, ପ୍ରଦୀପ ଷଢଙ୍ଗୀ, ରଘୁନାଥ ହୋତା, ବିଭୁଦତ୍ତ ଗୁରୁ, ଶରତ ପୂଝାରୀ, ଶରତ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ଶିଶିର ବେହେରାଙ୍କ ସମେତ ଅଂଚଳ ସମସ୍ତ ପରିବାର ସାମିଲ ହୋଇଥିଲା । ଚଳିତ ବର୍ଷ ଏହି ନାମଯଜ୍ଞକୁ ଆସି ଉପସ୍ଥିତ ରହି ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.