csstore

ମହିଳା ମଞ୍ଚର ବନ୍ଧୁ ମିଳନ ଓ କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ମହିଳା ମଂଚ ଆନୁକୂଲ୍ୟରେ ଏକ ବନ୍ଧୁ ମିଳନ ଓ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସରରେ ସୋନପୁର୍, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଶତାଧିକ କବି/ କବୟିତ୍ରୀ ନିଜର ସ୍ଵରଚିତ କବିତା ପାଠ କରିଥିଲେ । ବଲାଙ୍ଗିର ମହିଳା ମଞ୍ଚର ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ବଲାଙ୍ଗିର ବିଜେପି ମହିଳା ମଞ୍ଚର ସଭାପତି ରଞ୍ଜିତା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋନପୁରର ବିଶିଷ୍ଟ କବି ଗୀତାଞ୍ଜଳି ମିଶ୍ର ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ମୁଖ୍ୟବକ୍ତା ତଥା ସମ୍ପାଦିକା ତୃପ୍ତିମୟୀ ତ୍ରିପାଠୀ ମଞ୍ଚାସୀନ ଥିଲେ । ମା’ ମାଟିର ଭାଷା ତଥା ସଂସ୍କୃତିର ଉନ୍ନତି ପାଇଁ ନାରୀମାନଙ୍କ ଭୂମିକା ଉପରେ ଅତିଥିମାନେ ମତବ୍ୟକ୍ତ କରିଥଲେ । ବରଗଡ଼ର ସୁନାମଧନ୍ୟା କବୟିତ୍ରୀ ସୁଜାତା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଦିଲୀପ କୁମାର ମିଶ୍ର ସଭା ପରିଚାଳନା କରିଥଲେ । ଦ୍ଵିତୀୟ ଅଧିବେଶନରେ ବଲାଙ୍ଗିର ମଞ୍ଚର ଉପାଧ୍ୟକ୍ଷା କବିତା ମିଶ୍ରଙ୍କ ସଭାପତିତ୍ୱରେ କବି ପଲ୍ଲବ ରାଜୀବ ପ୍ରସାଦ ଭୋଇ, ନାରିକବି ସୁଷମା ବେହେରା, କବୟିତ୍ରୀ ସ୍ୱପ୍ନା ଶର୍ମିଷ୍ଠା ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । କବୟିତ୍ରୀ ପ୍ରଭାସିନୀ ଭୋଇ, ପୁଷ୍ପାଞ୍ଜଳି ମେହେର ଓ ହିରାବତୀ ସାହୁଙ୍କ ସଂଯୋଜନାରେ ପଚାଶରୁ ଅଧିକ କବି କବିତା ପାଠ କରି ପ୍ରଶସ୍ତି ପତ୍ର ଲାଭ କରିଥଲେ । ଶାଲିନୀ ସା, ଲକ୍ଷ୍ମୀ ବଗର୍ତ୍ତୀ, ପ୍ରିୟମ୍ବଦା ମହାକୁର, ନିରୁପମା ମିଶ୍ର, ସରସ୍ଵତୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କବି ସୁଧୀର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.