csstore

୩୯ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ : ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆରେ ଅଞ୍ଚଳର ପ୍ରସିଦ୍ଧ ୩୯ତମ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରାଚୀନ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଶନିବାର ସନ୍ଧ୍ୟାରେ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରା ନଗରୀ । ମଥୁରା ନଗରବାସୀ ଧନୁଯାତ୍ରା ଉତ୍ସବକୁ ଉତ୍ସାହର ସହ ଚାହିଁରହିଥାନ୍ତି । ଚଳିତ ବର୍ଷ ହସ୍ତୀପିଠିରେ ବସି ଉଗ୍ରସେନ ମହାରାଜ ରଙ୍ଗମଞ୍ଚକୁ ପାତ୍ର, ମନ୍ତ୍ରୀ ସହ ପହଁଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଥିଲା । ଉଗ୍ରସେନ ମହାରାଜଙ୍କ ରାଜଦରବାରକୁ ରାଜକୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଧନୁଯାତ୍ରା ମହୋତ୍ସବ ଆୟୋଜନ କମିଟିର ସଭାପତି ତୁଲସିରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ଉପସଭାପତି ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ, ଡ଼ଃ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, ଅର୍ଥ କମିଟି ସମ୍ପାଦକ ବିଦ୍ୟାଭୂଷଣ ଜୈନ, ସହ- ସମ୍ପାଦକ ଗଣାଧିପ ଦାସ, ରୂପେଶ ଜୈନ, ଯୋଗଦେଇଥିଲେ । କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ପରିବେଷଣ ହୋଇଥିଲା । ଦେବକୀ ବସୁଦେବ ବିବାହ, ଶୂନ୍ୟବାଣୀ, ମହାରାଜ ଉଗ୍ରସେନଙ୍କ ଗାଦିଚ୍ୟୁତ, ଦେବକୀ ବସୁଦେବ କାରାଗାରରେ ବନ୍ଦୀ, କଂସଙ୍କ ରାଜ୍ୟାଭିଷେକ, ଦେବକୀଙ୍କ ଷଡ଼ପୁତ୍ର ନିଧନ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା ।

jayashree
Leave A Reply

Your email address will not be published.