csstore

ଆଦିବାସୀ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ଅଧ୍ୟାପକ ଅବିନାଶ ମହାପାତ୍ରଙ୍କ ସମେତ ମହାବିଦ୍ୟାଳୟର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ମହାବିଦ୍ୟାଳୟରୁ ବାହାରି ସମଗ୍ର ସହର ପରିକ୍ରମା କରି ଦୁର୍ନୀତିମୁକ୍ତ ସମାଜ ଗଠନ ସକାଶେ ଆହ୍ୱାନ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ଏହି ସମୟରେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

jayashree
Leave A Reply

Your email address will not be published.