csstore

ଭୀମ ଭୋଇଙ୍କ ଦିବ୍ୟ ଚେତନା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମଠାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଭୀମ ଭୋଇଙ୍କ ଦିବ୍ୟ ଚେତନା ଦିବସ ମଠାଧୀଶ ଅବଧୂତ କପିଳେନ୍ଦ୍ର ବାବାଙ୍କ ତତ୍ୱାବଧାନରେ ପାଳିତ ହୋଇଥିଲା । ଏଥିରେ ସନ୍ଥ ଭୀମ ଭୋଇ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ସଭାପତି ଡ. ନାରାୟଣ ମିଶ୍ର, ସମ୍ପାଦକ ନିଗମାନନ୍ଦ ଦାସ, ଭୀମ ଭୋଇ ସାହିତ୍ୟ ପରିଷଦର ସମ୍ପାଦକ ନିଲାଞ୍ଚଳ ଥନାପତି ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱ କଲ୍ୟାଣ ନିମନ୍ତେ ଦୀପ ପ୍ରଜ୍ଵଳନ କରାଯାଇ ପ୍ରାରମ୍ଭରେ ବ୍ରହ୍ମଚାରି ମାନଙ୍କ ଦ୍ୱାରା ପରମେଶ୍ୱର ସ୍ତୁତି, ପ୍ରାର୍ଥନା ଓ ଅଲେଖ ଭଜନ ଗାନ କରାଯାଇଥିଲା । ଏଥିରେ ବହୁ ଭକ୍ତବୃନ୍ଦଙ୍କ ସମାଗମ ହୋଇଥିଲା ।

jayashree
Leave A Reply

Your email address will not be published.