csstore

ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସାଲେଭଟାଠାରେ ଲୋଇସିଂହା ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାନ୍ତ ନିରୀକ୍ଷକ ଅଶ୍ୱିନୀ କୁମାର ନାୟକ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର । ସଙ୍କୁଳ ସଂଯୋଜକ ଶିବ ବାରିକ ଉଦ୍ଦେଶ୍ୟ କଥନ କରିଥିବାବେଳେ ସ୍ଥାନୀୟ ପରିଚାଳନା ସମିତି ସଭାପତି ଅଶୋକ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗିର ସମ୍ଭାଗ ସହ ସଂଯୋଜକ ତଥା ବଲାଙ୍ଗିର ବିଭାଗ ନୀରିକ୍ଷକ ପ୍ରକାଶ ମହାନ୍ତି, ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ସରୋଜ ପ୍ରଧାନ, କୋଷାଧ୍ୟକ୍ଷ ସୁଜିତ ଶତପଥୀ, ଯୁଗ୍ମ ସମ୍ପାଦକ ଅଭିରାମ ପରାଭୁଏ, ସଦସ୍ୟା ମୀନା ଦିଶ୍ରୀ, ସବିତା ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ସଙ୍କୁଳର ୭ ଟି ଯାକ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇ ବିଭିନ୍ନ ବିଭାଗର ଆଦର୍ଶ ଶିକ୍ଷାଦାନ, ସମୀକ୍ଷା ଓ ଯୋଜନା ବୈଠକ ସମ୍ପନ୍ନ କରିଥିଲେ । କୁଶଙ୍ଗ ପ୍ରଧାନ ଆଚାର୍ଯ୍ୟ ଭାଗ୍ୟଦତ୍ତ ମିଶ୍ର କାର୍ଯ୍ୟ କ୍ରମ ସଂଯୋଜନା କରିଥିବାବେଳେ ଆଗଲପୁର ପ୍ରଧାନ ଆଚାର୍ଯ୍ୟ ଅଶୋକ ଭୋଇ, ଭରସୁଜା ପ୍ରଧାନ ଆଚାର୍ଯ୍ୟ ପରମେଶ୍ୱର ଯୁଆଡି, କୁଟାସିଂହା ପ୍ରଧାନ ଆଚାର୍ଯ୍ୟ ପ୍ରେମେନ୍ଦ୍ର ସାହୁ, ରୁଗୁଡିଖାଲ ପ୍ରଧାନ ଆଚାର୍ଯ୍ୟ ଦେବଯାନୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଙ୍କୁଳ ପ୍ରମୁଖ କମଳ ଲୋଚନ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.