csstore

କୃଷ୍ଣ ଭକ୍ତ ବସନ୍ତ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୋଗରାଇ, (କେପିଏନ୍‌ଏସ୍‌) : ଏକ ଶାନ୍ତିକାମୀ ସାମାଜ ପ୍ରତିଷ୍ଠାରେ କୌଣସି ରାଜନେତା ନୁହେଁ ବରଂ ପ୍ରତି ଗାଁ ଓ ସାହିରେ ଜଣେ ଜଣେ ମହାନ ବ୍ୟକ୍ତିତ୍ୱ ଜନ୍ମ ନିଅନ୍ତି । ତନ୍ମଧ୍ୟରୁ ସ୍ୱର୍ଗତ ବସନ୍ତ ବାରିକ ଅନ୍ୟତମ ବୋଲି ଆଜି ତାଙ୍କ ପରଲୋକର ତ୍ରୟୋଦଶ ଦିବସରେ ଅନୁଷ୍ଠିତ ହରିନାମ ସଂକୀର୍ତ୍ତନ ଓ ମହୋତ୍ସବ ସହିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବରେଣ୍ୟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ପ୍ରତିଷ୍ଠାତା ସମ୍ପାଦକ ରାଜକିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପରିଷଦର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଡ଼ଃ. କାଳିକିଙ୍କର ଦାସ, ମୁଖ୍ୟବକ୍ତା ଭାବେ ରୋଟାରିଆନ ଡ଼ଃ. ଶିବନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ନୟାପାଲି ଗ୍ରାମର ସଭାପତି ତଥା ସମାଜସେବୀ ତରୁଣକାନ୍ତି ପାତ୍ର, ଭୋଗରାଇ ବ୍ଲକ ପୂର୍ବତନ ବିଆର୍‌ସିସି ବଂଶୀଧର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସ୍ୱପ୍ନଦୀପ ପତ୍ରିକାର ସଂପାଦିକା ଶ୍ରୀମତୀ ସୌଭାଗିନୀ ମିଶ୍ର, ପ୍ରାକ୍ତନ ଆଦର୍ଶ ଶିକ୍ଷକ ପରମାନନ୍ଦ ବାରିକ, ପ୍ରାକ୍ତନ ଜିଲ୍ଲା ମଙ୍ଗଳ ସେକ୍ସନ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଦିବଂଗତ ବାରିକଙ୍କ ଉଚ୍ଚ କୋଟିର ମାନବିକ ମୂଲ୍ୟବୋଧ ସମ୍ପର୍କରେ ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ସ୍ୱର୍ଗତ ବାରିକଙ୍କ ଜ୍ୟେଷ୍ଠ ଭ୍ରାତା ପୂର୍ବତନ ସେନା ଅଧିକାରୀ ଅନନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଚନ୍ଦନ କୁମାର ବାରିକ ଓ ସ୍ୱର୍ଗତ ବାରିକଙ୍କ ଦୁଇପୁତ୍ର ଓ କନ୍ୟା, ତଥା ଆତ୍ମୀୟ ସ୍ୱଜନମାନେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.