ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇନ୍ସପେକ୍ଟର ଦେଜାଲିନ୍ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡ. ସୁମନ ଦତ୍ତ ସ୍ୱାଗତ ଭାଷଣ ସହ ସାଇବର ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଇନ୍ସପେକ୍ଟର ଶ୍ରୀମତୀ ଜେନା, ସବଇନ୍ସପେକ୍ଟର ପ୍ରିୟମ ଦାସ, ଏଏସଆଇ ସୁରେଶ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବ୍ୟାଙ୍କ ଠକେଇ, ଡିଜିଟାଲ ଆରେଷ୍ଟ, ଓଟିପି ନମ୍ବର କାହାକୁ ନଦେବା, ଅପରିଚିତଙ୍କ ଫୋନ ଗ୍ରହଣ ନକରିବା, ସାଇବର ଠକେଇ ହେଲେ ସ୍ୱର୍ଣ୍ଣ ମୁହୁର୍ତ୍ତ ଏକ ଘଣ୍ଟା ମଧ୍ୟରେ ୧୯୩୦ ନମ୍ବରକୁ କଲ କରି ଜଣାଇବା, ମୋବାଇଲ ହ୍ୟାକ୍ରୁ ବଞ୍ଚିବା ପାଇଁ ସାଇବର ହେଲ୍ପଲାଇନ ୮୭୬୩୧ ୪୬୪୭୭ର ସାହାଯ୍ୟ ନେବା ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ସଦସ୍ୟ କୁଞ୍ଜବିହାରୀ ରାଉତ, ସୁଶାନ୍ତ ସ୍ୱାଇଁ, ପ୍ରଦୀପ କୁମାର ସାହୁ, ପ୍ରସନ୍ନ କୁମାର ସାହାଣୀ, ଏମଡି ଅମଜାଦ୍, ବାସୁଦେବ ସ୍ୱାଇଁ, ମନୋଜ କୁମାର ନାୟକ, ଥାନା ପକ୍ଷରୁ ସବଇନ୍ସପେକ୍ଟର ରାଜେଶ ବେହେରା, ଏଏସ୍ଆଇ ମନୋରଞ୍ଜନ ପରିଡା, ନିଖିଳ ଡୁଙ୍ଗୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post