csstore

ଖପ୍ରାଖୋଲ ପୋଲିସର କାର୍ଯ୍ୟଦକ୍ଷତା : ଦାଦନ ସର୍ଦ୍ଦାର ବିନୋଦ ରାଏ ଗିରଫ, ଜନମନରେ ପ୍ରଶଂସାର ତରଙ୍ଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଆଉଥରେ ନିଜ କର୍ତ୍ତବ୍ୟନିଷ୍ଠା ଓ ସତର୍କତାର ଅପୂର୍ବ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଗତ ୨୨ ତାରିଖ ହରିଶଙ୍କର ଛକ ଠାରୁ ପିଙ୍କି ବସ୍‌ରେ ବେଆଇନ ଭାବେ ଚାଲାଣ ହେଉଥିବା ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଖପ୍ରାଖୋଲ ପୋଲିସ । ଏହି ଘଟଣା ସମ୍ବନ୍ଧରେ ଖପ୍ରାଖୋଲ ଥାନାରେ ୨୫୨/୨୦୨୫ ନମ୍ବରରେ ମାମଲା ରୁଜୁ ହୋଇଥିଲା ଓ ମୁଖ୍ୟ ଦାଦନ ସର୍ଦ୍ଦାର ବିନୋଦ ରାଏ ଏବଂ କୁଶ ବରିହାକୁ ଖୋଜାଯାଉଥିଲା । ସତର୍କ ତଦନ୍ତ ଓ ସଠିକ ତଥ୍ୟ ଆଧାରରେ ଅବଶେଷରେ ମଙ୍ଗଳବାର ଖପ୍ରାଖୋଲ ପୋଲିସ ମୁଖ୍ୟ ଦାଦନ ସର୍ଦ୍ଦାର ବିନୋଦ ରାଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଦୀର୍ଘ ସମୟ ଧରି ବେଆଇନ ଭାବେ ଦାଦନ ଚାଲାଣ କରି ବେଖାତିର ଭାବିଚାଲୁଥିବା ବିନୋଦ ରାଏଙ୍କୁ ଗିରଫ କରି ପୋଲିସ ନିଜ ଦୃଢ଼ ଇଚ୍ଛାଶକ୍ତି ଓ କାର୍ଯ୍ୟଦକ୍ଷତା ପ୍ରମାଣ କରିଛନ୍ତି । ଏହି ସଫଳ ଅଭିଯାନ ଖପ୍ରାଖୋଲ ପୋଲିସ ଟିମର ଯଥେଷ୍ଟ ପ୍ରଶଂସାସ୍ପଦ । ଏନେଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତରଙ୍କୁ ପଚାରିବାରୁ ଫେରାର ଥିବା କୁଶ ବରିହା ମଧ୍ୟ ବହୁତ ଶୀଘ୍ର ଗିରଫ ହୋଇ କୋର୍ଟ ଚାଲାଣ ହେବ ବୋଲି ପ୍ରକାଶ କରିଛନ୍ତି । ଲୋକମାନେ ପୋଲିସର ସାହସ, ସତର୍କତା ଓ ନିଷ୍ଠାର ପ୍ରଶଂସା କରୁଛନ୍ତି । ଅନେକ ସ୍ଥାନୀୟ ଲୋକ କହିଛନ୍ତି — “ଖପ୍ରାଖୋଲ ପୋଲିସ ଯେପରି ଶ୍ରମିକ ଶୋଷଣ ଓ ବେଆଇନ ଦାଦନ ଚାଲାଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି, ତାହା ନିଶ୍ଚୟ ପ୍ରଶଂସନୀୟ ।” ପୋଲିସର ଏହି ସାହସିକ ପଦକ୍ଷେପ ଦାଦନ ମାଫିଆ ମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ଖପ୍ରାଖୋଲ ଅଞ୍ଚଳରେ ଆଇନ ଭଙ୍ଗ କରି କେହି ବି ଚାଲିବା ଅସମ୍ଭବ । ଖପ୍ରାଖୋଲ ପୋଲିସର ଏହି ଅଭିଯାନ ମାନବ ତସ୍କରୀ ଓ ଦାଦନ ଚାଲାଣ ବିରୋଧରେ ଏକ ସୁଦୃଢ଼ ସନ୍ଦେଶ — ଆଇନ ଉପରେ କାହାର ଉପରେ ଅଧିକାର ନାହିଁ ।

jayashree
Leave A Reply

Your email address will not be published.