ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ସଭାପତିତ୍ୱରେ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ମହା ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନିଶା ସେବନର କୁପରିଣାମ ସମ୍ପର୍କରେ ଏକ ଦୀର୍ଘ ବତ୍କୃତା ହୋଇଥିଲା । ନିଶା ସେବନ ସମାଜ ପାଇଁ ଏକ ବ୍ୟାଧି, ସେହି ବ୍ୟାଧିରୁ ମୁକ୍ତ ହେବା ପାଇଁ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ଯୁବ ସମାଜ ନିଶା ସେବନ ଦ୍ୱାରା ବିପଥଗାମୀ ହୋଇ ନିଜର ପ୍ରକୃତ ଲକ୍ଷ୍ୟ ଭୁଲିଯାଉଛନ୍ତି । ତେଣୁ ନିଶା ସେବନରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ନିଶା ସେବନର ଅପକାରିତା ସଂପର୍କରେ ସୂଚନା ଦେବା ସହିତ ନିଜେ ନିଶା ଠାରୁ ଦୂରେଇ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ, ଦେବରାଜ ସାହୁ, ଅଧ୍ୟାପିକା ମୀନା କୁମାରୀ ସାହୁ ମଞ୍ଚାସୀନ ଥିଲେ । ସଭା ଶେଷରେ ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ ।