ନୂଆଖାଇ ଭେଟଘାଟ : ଏକାଠି ହେଲେ କୈବର୍ତ୍ତ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପ୍ରସନ୍ନ ପାଣ୍ଡେ, ହିମାଂଶୁ ଭୂଷଣ ବେହେରା, ଲାଲ ବିହାରୀ ମଳିକ, ଶ୍ରୀମତୀ ଦେବକୀ ସେଠ, କସାରୀ ନାଏକ, ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପସ୍ଥିତ ଥିଲେ । ଶ୍ରୀମତୀ ସନ୍ତୋଷିନୀ ସେଠ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜର ସଭାପତି ରୋହିତ କୁମାର ସେଠି ଅଭିଭାଷଣ ଦେଇଥିଲେ । ପ୍ରଥମେ ମା’ଙ୍କୁ ପୂଜାର୍ଚ୍ଚନା କରି ବଲାଙ୍ଗିର ଜିଲ୍ଲା କୈବର୍ତ୍ତ ସମାଜର କାର୍ଯ୍ୟକାରୀ ସଭାପତି, ସମ୍ପାଦକ, ସବଡ଼ିଭିଜନ, ବ୍ଲକର ସଭାପତି ମାନଙ୍କୁ ଏବଂ ଅତିଥି ମାନଂକୁ ପରିଚୟ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ପାଦକ ପ୍ରପୁଲ କୁମାର ସା ବିବରଣୀ ପଠନ କରିଥିଲେ । ଅତିଥି ମାନେ ଅଭିଭାଷଣ ଦେଇଥିଲେ । କୋଷାଧକ୍ଷ ସୁପ୍ରଭାତ ମଲିକ, ବସନ୍ତ କୁମାର ସା, ବିକାଶ କୁମାର ଦଳାଇ, ପ୍ରଫୁଲ କୁମାର ସା, ଟଙ୍କଧାର ବାରିକ ଓ ଶତାଧିକ ଜାତି ଭାଇ ଉପସ୍ଥିତ ରହି ସାଙ୍ଗଠନିକ ଓ ନୂଆଖାଇ ଭେଟଘାଟ ଆବାହକ ତଥା ପ୍ରତିନିଧି ସଙ୍ଗଠନକୁ ମଜବୁତ କରିବା ପାଇଁ ସ୍ଥିର କରିଥିବା ନେଇ କର୍ମୀ ମହଲରେ ଆନନ୍ଦ ଲହରୀ ଦେଖିବାକୁ ମିଳିଥିଲା ଏବଂ ନୂଆଖାଇ ଭେଟଘାଟ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.