ଗଞ୍ଜାମ ଜିଲ୍ଲାରେ ଦୁଇଦିନ ପାଇଁ ସ୍କୁଲ୍ ବନ୍ଦ ରହିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସୁତ ଅଛି ଏବଂ ସଜାଗ ଅଛି ବୋଲି କୁହାଯାଇଛି । ଏ ନେଇ ରବିବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ଏକ ଜରୁରୀ ପ୍ରସ୍ତୁତି ବୈଠକ ଡକାଇ ଭିସି ମାଧ୍ୟମରେ ଗଞ୍ଜାମ ଏସପି, ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସହ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତେ ସମସ୍ତ ବିଭାଗ ପକ୍ଷରୁ ସଜାଗ ରହିବାକୁ ଗଞ୍ଜାମ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ୨୭ ଓ ୨୮ ତାରିଖ ଦୁଇ ଦିନ ପାଇଁ ଗଞ୍ଜାମ ଜିଲ୍ଳାର ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଏପରିକି ସୋମବାର ହେବାକୁ ଥିବା ଜନଶୁଣାଣିକୁ ମଧ୍ୟ ଜିଲ୍ଲାପାଳ ବନ୍ଦ କରିଛନ୍ତି ।