୧୧ତମ ଭୀମପାହାଡ ମହୋତ୍ସବ ଦ୍ୱିତୀୟ ଦିବସ

  • ଭୀମପାହାଡର ଐ୍ୟତିହ୍ୟ କିମ୍ବଦନ୍ତୀ ଉପରେ ଗବେଷଣା ଆବଶ୍ୟକ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡ ପାଦଦେଶରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଗୁରୁବାର ଦ୍ୱିତୀୟ ସଂନ୍ଧ୍ୟାରେ ଥିଲା । ଗବେଷକ ତଥା ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିô ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନୀତ ଅତିଥିଭାବେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ମୁଖ୍ୟବକ୍ତା ଭାବେ ବିଷ୍ଣୁପ୍ରସାଦ କେଡିଆ, ନିମନ୍ତ୍ରୀତ ଅତିଥିଭାବେ ସ୍ଥାନୀୟ ବିଡିଓ ପ୍ରିୟରଞ୍ଜନ କୁମାର ପ୍ରମୁଖ ଯୋଗଦେଇ ଦେଓଗାଁ ବ୍ଲକର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ପର୍ଯ୍ୟଟନସ୍ଥଳୀର ସର୍ବାଙ୍ଗୀନ ବିକାଶ ଦିଗରେ ଦଳମତ ନିର୍ବିଶେଷରେ ଉଦ୍ୟମ କରିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ଏଠାରେ ଆଦିମ କାଳରୁ ପୂଜା ପାଇଆସୁଥିବା ଆଦିବାସୀଙ୍କ ଆଦିଦେବତା ଭୀମାବୁଢା, ଭାରତୀୟ ମୁକ୍ତି ସଂଗ୍ରାମସହିତ ଜଡିତଥିବା ସ୍ୱାଧିନତା ସଂଗ୍ରାମୀ ସହିଦ ଧରମସିଂ ମାଝୀ ମାନଧାତା, ରେଣ୍ଡୋ ମାଝୀ, ଚକୋରା ବିଶୋଇଙ୍କ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଏହା ସହିତ ଭୀମପାହାଡରେ ରହିଥିବା ଐ୍ୟତିହ୍ୟ କିମ୍ବଦନ୍ତୀ ଓ ଶିଳାଳିପି ଗୁଡିକର ଆହୁରି ଗବେଷଣା କରାଗଲେ ଅନେକ ତଥ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ଗୁରୁତ୍ୱାରୋପ କରିଥିଲେ । ଏ ଅବସରରେ ମହଲାଇ ପଞ୍ଚାୟତ କଟାପାଲି ଗାଁର ସ୍ୱର୍ଗତ ସହିଦ ସୁଧିର କୁମାର ତ୍ରୀପାଠୀ ଓ ଯୁବ କଳାକାର ଭାବେ ବରକାନୀ ଗାଁର ସୁନୀଳ କୁମାର ମେହେରଙ୍କୁ ଭୀମପାହାଡ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ମହୋତ୍ସବ କମିଟୀର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କମିଟୀର ସଭାପତି ପ୍ରମୋଦ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅର୍ଜୁନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁଇଁନ୍ତଲାର ଘୁଙ୍ଗୁରୁ କଳାପରିଷଦ, ସୋନପୁରର ପଏଁରୀ ଓ ବଲାଙ୍ଗିରର କୋଶଳ ଫୋକଏକାଡେମୀ ଦ୍ୱାରା ପାରମ୍ପରିକ ଲୋକକଳା ସମସ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲା ପ୍ରତ୍ୟହ ବରିଷ୍ଠ କଳାକାର ରବିନ୍ଦ୍ର କୁମାର ସାହୁ ଓ ସାଥିଙ୍କ ଦ୍ୱାରା କଂସ ଦରବାର ଚାଲିଥିବା ବେଳେ୨୪ପ୍ରହରୀ ନାମଯଜ୍ଞ ଓ ମୀନାବଜାର ମୁଖ୍ୟ ଆକର୍ଷଣ ସାଜିଛି । କାର୍ଯ୍ୟକ୍ରମକୁ ଭୀମପାହାଡ ମହୋତ୍ସବ କମିଟୀର ସଭାପତି ପ୍ରମୋଦ କୁମାର ବହିଦାର, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ସଂପାଦକ ଗୋବର୍ଦ୍ଧନ ସାହୁ, ନନ୍ଦିକିଶୋର ନାଏକ, ପୂର୍ବତନ ସରପଞ୍ଚ ବାଳକ ପଧାନ, ରୂପାଧର ପୁଟା, ଦୟାସାଗର ନାଏକ, ପିତାମ୍ବର ପଧାନ , ଉପଦେଷ୍ଟା ଶୈଳେନ୍ଦ୍ର କୁମାର ସାହୁଙ୍କ ସମେତ ଗିରିଗୋବର୍ଦ୍ଧନ ପୂଜା କମିଟୀର ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳବାସୀ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.