ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବାଇକ୍ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଯୋଗ୍ୟ ଯେ, ଘଟଣାଟି ଅନନ୍ତପୁର ଛକ ନିକଟର ଘଟିଛି । ଗୋଟାଏ ବାଇକ୍ରେ ତିନିଜଣ ବସି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଡିଭାଇଡରରେ ପିଟି ହୋଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି । ବାଇକରେ ବସି ଯାଉଥିବା ଏହି ତିନିଜଣ ଗଞ୍ଜାମ ବ୍ଲକ ରାଜପୁର ଗ୍ରାମର ବୋଲି ଜଣାପଡ଼ିଛି । ଦୀପକ୍ ଗୌଡ଼, ଆୟୁଷ୍ମାନ ମୁଦୁଲି, ରାଜା ମୁଦୁଲି ବୋଲି ସୂଚନା ମିଳିଛି ।
Next Post