ରେଳ ଓଭର ବ୍ରିଜ ନିର୍ମାଣ ଶ୍ରମିକଙ୍କ ଆତ୍ମହତ୍ୟା

କେସିଙ୍ଗା, (ପ୍ରୀତେଶ ପଟେଲ) : ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ଶ୍ରମିକ ଜଣଙ୍କ ଭଦ୍ରକ ଜିଲ୍ଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକଙ୍କ ୨୫ ବର୍ଷୀୟ ପୁଅ ତାପସ ନାଏକ ବୋଲି ଜଣାପଡିଛି । ତାପସ ସନ୍ଧ୍ୟା ସମୟରେ ଏକ ଘର ଭିତରେ ଗ୍ୟାସ ସିଲିଣ୍ଡର ଉପରେ ଠିଆ ହୋଇ ଏକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ସହକର୍ମୀ ମାନଙ୍କ ଠୁ ଶୁଣିବାକୁ ମିଳିଥିବା ବେଳେ ତାପସଙ୍କ ଝୁଲନ୍ତା ଶରୀରକୁ ସହକର୍ମୀ ମାନେ ତଳକୁ ଓହ୍ଲାଇ ଥିବା ଜଣାପଡିଛି । ଘଟଣା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ରାଜଲକ୍ଷ୍ମୀ କନ୍ଷ୍ଟ୍ରକସନ୍ ଦ୍ଵାରା ନିର୍ମାଣାଧୀନ ରହିଥିବା ରେଳ ଓଭର ବ୍ରିଜ କାମରେ ତାପସ ଜଣେ ଶ୍ରମିକ ଭାବରେ କାମ କରୁଥିଲେ । ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଶୁଣିବାକୁ ମିଳୁଥିବା ବେଳେ ସ୍ଥାନୀୟ ପୋଲିସକୁ ନ ଜଣାଇ ସହକର୍ମୀ ତାପସଙ୍କ ଝୁଲନ୍ତା ଶରୀରକୁ ଓହ୍ଲାଇବା ଓ କିଛି ସମୟ ପରେ ପୋଲିସକୁ ଜଣାଇବା ସହ ତାପସଙ୍କ ଶରୀରକୁ କିଛି ସମୟ ତଳେ ଶୁଆଇ ରଖିବା ପରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଜଣାପଡିଛି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେସିଙ୍ଗା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇ ଥିବାବେଳେ ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଓ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ଏହା ହତ୍ୟା ନା ଆତ୍ମହତ୍ୟା ।

Leave A Reply

Your email address will not be published.