ଦୀପର ଆଲୋକରେ ଉଜ୍ଜ୍ୱଳିତ ହେଲା ନାରାୟଣୀ କଲୋନୀ : ସହଯୋଗ ଫାଉଣ୍ଡେସନ ମନାଇଲେ ଖୁସିର ଦୀପାବଳି

  • ସମାଜର ଆବଶ୍ୟକ ଲୋକମାନଙ୍କ ସହିତ ଦୀପାବଳି ଉଦ୍‌ଯାପନ କରି ମାନବତା ଓ ସେବାର ସନ୍ଦେଶ ପ୍ରସାର କଲା ସହଯୋଗ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ନିଜ ପରମ୍ପରାକୁ କ୍ତଜାୟ ରଖି ଏହି ବର୍ଷ ମଧ୍ୟ ସମାଜର ଅବହେଳିତ ଓ ଦୁର୍ବଳ ବର୍ଗର ଲୋକମାନଙ୍କ ସହିତ ଦୀପାବଳି ପର୍ବ ଉଲ୍ଲାସ ଓ ଆନନ୍ଦର ସହିତ ପାଳନ କରିଛି । ଏହି ଭବ୍ୟ ଆୟୋଜନ ନାରାୟଣୀ କଲୋନୀ, ସୋନପୁର ରୋଡ୍‌ରେ ହୋଇଥିଲା । ଯେଉଁଠି ଦୀପର ଆଲୋକ, ଶିଶୁମାନଙ୍କ ହସ ଓ ଖୁସିର ଗୁଞ୍ଜନ ସହିତ ପୂରା ପରିବେଶ ଉତ୍ସବମୟ ହୋଇଯାଇଥିଲା । ଏହି ବିଶେଷ କାର୍ଯ୍ୟକ୍ରମ ଆସନ୍ତା “ବଲାଙ୍ଗିର ଦିନ୍‌” (୧ ନଭେମ୍ବର)କୁ ଉତ୍ସର୍ଗ କରାଯାଇଥିଲା । ସଂସ୍ଥାର ସଦସ୍ୟମାନେ କହିଥିଲେ – “ଦୀପାବଳି କେବଳ ଦୀପ ଜଳାଇବାର ପର୍ବ ନୁହେଁ, ଏହା ହେଉଛି ହୃଦୟକୁ ଯୋଡିବା ଓ ମଣିଷ ମଣିଷ ମଧ୍ୟରେ ଖୁସି ବାଣ୍ଟିବାର ଅବସର ।” ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରଙ୍ଗୋଲି, ଦୀପ ଜଳାଯାଇଥିଲା, ଶିଶୁମାନେ ନୃତ୍ୟ ଓ ଗୀତ ପ୍ରସ୍ତୁତି କରିଥିଲେ ଏବଂ ସମସ୍ତେ ମିଶି ଆତସବାଜିର ଆନନ୍ଦ ଉଠାଇଥିଲେ । ଶେଷରେ ମିଠା, ଫଳ ଓ ନମକିନ ବଣ୍ଟନ କରାଯାଇଥିଲା । ପୂରା ପରିବେଶ ପ୍ରେମ, ଉତ୍ସାହ ଓ ଏକତାର ଆଭାରେ ଭରିଯାଇଥିଲା । ନାରାୟଣୀ କଲୋନୀର ଶିଶୁମାନେ ଓ ବୃଦ୍ଧମାନଙ୍କ ମୁହଁରେ ହସଖୁସି ଫୁଟଉଠିଥିଲା, ଏଠି ସହଯୋଗ ଫାଉଣ୍ଡେସନର ଉଦ୍ଦେଶ୍ୟର ସଫଳତା ଝଲସି ଉଠିଥିଲା । ସଦସ୍ୟମାନେ କହିଲେ –“ଦୀପାବଳିର ସତ ଅର୍ଥ ସେତେବେଳେ ପୂରଣ ହୁଏ, ଯେତେବେଳେ ଆମେ ସେମାନଙ୍କ ସହିତ ଖୁସି ବାଂଟୁଥାଉ । ଯେଉଁମାନଙ୍କ ଜୀବନ ଅନ୍ଧକାରରେ ବନ୍ଦ ହୋଇଯାଇଛି । ସହଯୋଗ ଫାଉଣ୍ଡେସନ ବର୍ଷକୁ ବର୍ଷ ସମାଜସେବାର ବିଭିନ୍ନ ପ୍ରୟାସ ଯେପରି “ଅନ୍ନପୂର୍ଣ୍ଣା ଭୋଜନ କାର୍ଯ୍ୟକ୍ରମ”, “ଖାଦ୍ୟ ଓ ବସ୍ତ୍ର ବଣ୍ଟନ”, “ଅଧିକ ଅଛି ଦିଅ — ଜରୁରତ ଅଛି ନିଅ” ପରି ମାନବିକ ଅଭିଯାନ ଚଳାଇ ସମାଜରେ ସେବାର ନୂଆ ଦୃଷ୍ଟାନ୍ତ ସୃଷ୍ଟି କରୁଛି । ସଂସ୍ଥାର ସଦସ୍ୟମାନେ କହିଲେ ଯେ, ଏହି ଦୀପାବଳି ଅବସର କେବଳ ଏକ ଉତ୍ସବ ନୁହେଁ, ଏହା ସମାଜର ପଛରେ ଥିବା ଲୋକମାନଙ୍କ ଜୀବନରେ ଆଶା ଓ ଆଲୋକ ଜଳାଇବାର ଏକ ପ୍ରୟାସ । ନାରାୟଣୀ କଲୋନୀର ଲୋକମାନେ ସହଯୋଗ ଫାଉଣ୍ଡେସନଙ୍କୁ ହୃଦୟପୂର୍ବକ ଧନ୍ୟବାଦ ଜଣାଇ କହିଲେ ଯେ, ଏପରି କାର୍ଯ୍ୟକ୍ରମ ସମାଜର ଗରିବ, ଅସହାୟ ଓ ଆବଶ୍ୟକ ଲୋକମାନଙ୍କ ମଧ୍ୟରେ ଖୁସି ଓ ଆତ୍ମସମ୍ମାନ ଫେରାଇ ଆଣୁଛି ।

Leave A Reply

Your email address will not be published.