ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଲଣ୍ଡା ପଞ୍ଚାୟତର ୨୧ ତମ ବର୍ଷର ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ବହୁତ ଧୁମ ଧାମରେ ସରି ଯାଇଛି । ଏଥିପାଇଁ ବୁଧବାର ଦିନର ସକାଳ ୮.୩୦ରୁ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା । ଏଥିରେ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ନରହରି ପୁଞ୍ଜି ଓ ତାଙ୍କ ସ୍ତ୍ରୀ ପୁତୁନା ପୁଞ୍ଜି, ପୂଜକ ଥିଲେ ଟିକୁ ଦାଶ ଓ ଜପକ ମିନିକେତନ ପଣ୍ଡା । ମୁଖ୍ୟ ଅତିଥି ହିସାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉତ୍କଳ ଯାଦବ ମହାସଭା ସମାଜର ସାଧାରଣ ସମ୍ପାଦକ ମନୋଜ କୁମାର ହାତୀ, ଓଡ଼ିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ବଲାଙ୍ଗିର ଜିଲ୍ଲାର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଅଲଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ଜୁନ ଯାଦବ, ହେମନ୍ତ ସାହୁ ଯୋଗଦେଇଥିଲେ । ଏହି ପୂଜା ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ଦେଖା ଦେଇଥିଲା । ରାତିରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ସୁନାମୁଖୀ ଦଣ୍ଡ ନୃତ୍ୟ ହେଇଥିଲା । ଶେଷରେ ଗୁରୁବାର ଦିନର ସକାଳ ୮.୩୦ରେ ନାମଯଜ୍ଞ ପରି ସମାପ୍ତି କରି ପୂର୍ଣ୍ଣାହୁତି କରାଯାଇଥିଲା । ଗିରିଗୋବର୍ଦ୍ଧନ ପୂଜାର ସଭାପତି ସୁରେଶ ନାଗ, ସମ୍ପାଦକ ଭୁଜ ବଗର୍ତ୍ତି, କନ୍ଧର୍ପ କାଣ୍ଡ, ଯଜ୍ଞ କାଣ୍ଡ, ପବିତ୍ର କାଣ୍ଡ, ପ୍ରଭାକର କାଣ୍ଡ, କ୍ଷୀରସିନ୍ଧୁ ନାଗ, ଉଗ୍ରସେନ ନାଗ, କାଳିଆ ହଂସ, ଅଭି ବାଗ, ଅନନ୍ତ ବାଗ, ହରେଶ ବଗର୍ତ୍ତି, ଓକିଲ ବଗର୍ତ୍ତି ଏହି ପୂଜାରେ ସହଯୋଗ କରିଥିଲେ ।