୨ ଜଣ ବସ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ରବିବାର ୨ ଜଣ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ପୁଲିସ ଏହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି । ପୁଲିସ ଜବତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ କରୁଛି । ପୁଲିସର ପଚରାଉଚରା ସମୟରେ ଯାତ୍ରୀ ଦ୍ୱୟ କହିଛନ୍ତି ଯେ, ଅଙ୍ଗୋଲରେ ସେମାନେ ନିଜର ୧୬ ଏକର ଜମିକୁ ବିକ୍ରି କରି ଏହି ଟଙ୍କା ପାଇଛନ୍ତି । ବସ ଭିତରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଚାଲାଣ ହେଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପରେ ପୁଲିସର ଏକ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଯାତ୍ରୀଙ୍କୁ ଅଟକ ରଖିବା ସହିତ ଏହି ଟଙ୍କା ଜବତ କରିଛି ।

Leave A Reply

Your email address will not be published.