ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପ୍ୟାରେଡ ପଡିଆଠାରେ ୬୬ତମ ଶହୀଦ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ପୋଲିସ ଶହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ଶହୀଦ ହୋଇଥିବା ପୂର୍ବ ପୋଲିସ ସୂରିମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଗତ ବାର୍ତ୍ତା ପଠନ କରିଥିଲେ । କର୍ତ୍ତବ୍ୟ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରିବାକୁ ପୋଲିସ ବାହିନୀକୁ ଗଞ୍ଜାମ ଏସ୍‌ପି ଶ୍ରୀ ପାତ୍ର ଆହ୍ୱାନ କରିଥିଲେ ।

Leave A Reply

Your email address will not be published.