ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୨୦ ତାରିଖ ଦିନ ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ପାଠପଢା ସହ କଳା ଶିକ୍ଷା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ବୋଲି ପିଲାମାନଙ୍କୁ କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଏବଂ ବଲାଙ୍ଗିର ସଦର ବ୍ଲକ ଶିକ୍ଷାଧିକାରୀ ନୀଳମଣି ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାଗତ ଅଭିଭାଷଣ ରଖିଥିଲେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର । ଆଂଚଳିକ ସ୍ତରୀୟ କଳା ଉତ୍ସବରେ ଭାଗ ନେଇଥିବା ୪ଟି ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରୁ ୧୨ ଗୋଟି ବିଭାଗରେ ବଲାଙ୍ଗିର ଜିଲ୍ଲାରୁ ସନେନ୍ଦିନୀ ବାରିକ ଓ ଦଳ, ଘନଶ୍ୟାମ ସୁନା ଓ ଦଳ ଏବଂ ଝିମିତା କର୍ମୀ, କଳାହାଣ୍ଡି ଜିଲ୍ଲାରୁ ସ୍ମୃତିପ୍ରଜ୍ଞା ସାହୁ ଓ ଦଳ, ମଧୁସ୍ମିତା ଶବର, କରୀନା ମେହେର, ଶେଖର ବିହାରୀ, ଏମ୍‌.ଶାଶ୍ୱତୀ ଏବଂ ଅଭିଜିତ ପାତ୍ର, ବୌଦ୍ଧ ଜିଲ୍ଲାରୁ ଚିଦାନନ୍ଦ ପ୍ରଧାନ, ଅନ୍ୱେଷ କୁମାର ମିଶ୍ର ଏବଂ ଆଶ୍ରିତ ପ୍ରଧାନ ଓ ଦଳ ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ କଳା ଉତ୍ସବରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି । ଆୟୋଜିତ ସଭାରେ ରାମଗୋପାଳ ଖମାରୀ ଶର୍ମା ଓ ଶ୍ରୀମତୀ ଅଳକା ଦାଶ ମଂଚ ପରିଚାଳନା କରିଥିବାବେଳେ ସରୋଜ କୁମାର ନାୟକ ଓ ରାଜପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କଳା ଉତ୍ସବରେ ସମଗ୍ର ଶିକ୍ଷା ଅଫିସର ସମସ୍ତ କର୍ମକର୍ତ୍ତା, ବଲାଙ୍ଗିର ବିଜ୍ଞାନ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏବଂ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେö

Leave A Reply

Your email address will not be published.