ବଲାଙ୍ଗିର, (କେପିଏନ୍ଏସ୍) : ଜଙ୍ଗଲ କ୍ଷୟ , ଜଙ୍ଗଲ ନଷ୍ଟ, ଜଙ୍ଗଲରେ ନିଆଁ ଲଗାଇବା, ଜଙ୍ଗଲକୁ ଜବରଦଖଲକରି ଘର, ଜମି ତିଆରି , ଗଛ କାଟିବା ପାଇଁ ବନ୍ୟଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର, ଓ ଅନ୍ୟାନ୍ୟ ପଶୁପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ ଗତିରେ ପ୍ରବେଶ କରି ଆସୁଛନ୍ତି । ବଲାଙ୍ଗିର ସହରର ପ୍ୟାଲେସ ଲାଇନ, ଶାନ୍ତି ପଡା, ଲାଲଟିକ୍ରା, ରାଜେନ୍ଦ୍ର ଓ ମହିଳା କଲେଜ ଛକ ଗୁଡିକରେ ମାଙ୍କଡ ଓ କୁକୁର , ଗାଈଗୋରୁମାନଙ୍କର ଉପଦ୍ରବ ଜୋରରେ ବଢିଚାଲିଛି । ପ୍ରତ୍ୟେକ ଦିନ ଦୁଇ ଚକିଆ ଯାନରେ ୫ ରୁ ୧୦ ଜଣଙ୍କର ଦୁର୍ଘଟଣା ଘଟୁଛି । ଦୁଇ ଦିନ ତଳେ ସାଗରପଡା ଛକ ମୁଖ୍ୟ ରାସ୍ତାରେ ଘାସିରାମ ଭାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଆଜି କଲେଜଛକଠାରେ ଅବସରପ୍ରାପ୍ତ ଶିକ୍ଷକ ମହଡ ବାରିକ ଦୁର୍ଘଟଣା ଗ୍ରସ୍ତହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରେ ବେଡ୍ ରେଷ୍ଟରେ ଅଛନ୍ତି । ଅନ୍ତତଃ ଜିଲ୍ଲା ସଦର ମହକୁମାରେ ଏହି କୁକୁର, ଗାଈଗୋରୁ, ମାଙ୍କଡ ଆତଙ୍କ ଓ ଦୁର୍ଘଟଣା କିଭଳି ନ ହେବ ସେ ଉପରେ ଜଙ୍ଗଲ ବିଭାଗ, ପଶୁ ସମ୍ପଦ ବିଭାଗ ଓ ମ୍ୟୁନିସିପାଲଟି ଓ ଜିଲ୍ଲା ସଦରମହକୁମା ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ସହରରେ ଦୁର୍ଘଟଣା ହେବ ନାହିଁ ବୋଲି ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।